Odisha news

ବିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ଜଣେ ମୃତ୍ୟୁ

0
ବେତନଟୀ : ବୈଶିଙ୍ଗା ଥାନା ଅଧୀନ ହରିପୁର ଗ୍ରାମରେ ବଜ୍ରାଘାତରେ ବୁଧବାର ଅପରାହ୍ନରେ ଜଣେ ୪୨ ବର୍ଷୀୟା ମହିଳା ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି l ମୃତକ ମହିଳା ଜଣକ ହେଉଛନ୍ତି କୁଆମରା ସ୍ଥିତ ବଡକ୍ଷୀରପଦା ଗ୍ରାମର ସ୍ବର୍ଗତ ବାବୁଲା ସିଂ ର ସ୍ତ୍ରୀ ଟୁନି ସିଂ (୨୨)l ମିଳିଥିବା ସୂଚନା ମୁତାବକ ମୃତକ ଟୁନି ସିଂ ବାପ ଘର ଗାଁର କିଛି ମହିଳାଙ୍କ ସହିତ ଧାନବିଲ ବାଛିବାକୁ ଯାଇଥିଲେ l ତେବେ ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ଆସିବାରୁ ସମସ୍ତେ ଘରମୁହାଁ ଅଗ୍ରସର ହୋଇଥିଲେ l ତେବେ ଘରକୁ ଫେରୁଥିବା ବେଳେ ବଜ୍ରାଘାତ ଘଟି ଟୁନି ଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ବାସନ୍ତୀ ସଂ  ଗୁରୁତର ହୋଇଥିଲେ l ଟୁନି ଏବଂ ବାସନ୍ତୀ କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା କାର୍ଯ୍ୟରତ ଡାକ୍ତର ଟୁନି ସିଂ ମୃତ ଘୋଷଣା କରିବା ସହିତ ବାସନ୍ତୀ ସିଂ କୁ ବାଲେଶ୍ୱର ବଡ ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରିଥିଲେ l ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନାକ୍ରମେ ବୈଶିଙ୍ଗା ପୁଲିସ ଶବ ଜବତକରି ତଦନ୍ତ ଆରମ୍ଭ କରିଥିବା ବେଳେ ଆସନ୍ତାକାଲି ଗୁରୁବାର ଶବ ବ୍ୟବଚ୍ଛେଦ ହେବା ନେଇ ଜଣାଯାଇଛି l
Nalco

Leave A Reply