Odisha news

ଆଜି ହେଉଛି ମଳ ମାସ ଅମାବାସ୍ୟା : ପିତୃ ଦୋଷ ଶାନ୍ତି ପାଇଁ କରନ୍ତୁ ଏହି ଉପାୟ , ଜୀବନ ହୋଇଯିବ ସୁଖମୟ 

0
ମଳ ମାସ ର ଅମାବାସ୍ୟା ଅଗଷ୍ଟ ୧୬ ତାରିଖ ଦିନ ଅନୁଷ୍ଠିତ ହେବ l ମଳମାସର ଅମାବାସ୍ୟା ର ଅନେକ ମହତ୍ୱ ରହିଛି l ଧାର୍ମିକ ମାନ୍ୟତା ଅନୁସାରେ ପିତୃ ପୁରୁଷ ମାନେ ପୃଥିବୀ ଲୋକ କୁ ଆସିଥାଆନ୍ତି l ଏହି ସମୟରେ ତାଙ୍କୁ ସନ୍ତୁଷ୍ଟ କରିବା ନିହାତି ଜରୁରୀ l ଯେଉଁ ମାନେ ପିତୃ ପୁରୁଷ ଙ୍କୁ ସନ୍ତୁଷ୍ଟ କରି ପରିବେ ନାହିଁ ସେମାନଙ୍କ ଜୀବନ ରେ ଅନେକ ବାଧା ବିଘ୍ନ ଦେଖା ଦେଇଥାଏ l
ପିତୃ ଦୋଷ ରୁ ମୁକ୍ତି ପାଇଁ ଅମାବାସ୍ୟା ରେ କରନ୍ତୁ ଏହି ଉପାୟ -:
* ମଳମାସର ଅମାବାସ୍ୟା ରେ ଭଗବାନ ହରିହର ଙ୍କ ପୂଜା କରାଯାଇ ଥାଏ l ହରିହର ର ଅର୍ଥ ଭଗବାନ ବିଷ୍ଣୁ ଓ ମହାଦେବ ଅଟନ୍ତି l ଶ୍ରାବଣ ମାସ ମହାଦେବ ଙ୍କ ର ପ୍ରିୟ ଅଟେ ଓ ମଳମାସ ବିଷ୍ଣୁ ଙ୍କ ର ପ୍ରିୟ ଅଟେ l ଏହି ୨ ଦେବ ମୋକ୍ଷ ର ଦାତା ଅଟନ୍ତି l ତେଣୁ ଅମାବାସ୍ୟା ଦିନ ଏହି ଦୁଇ ଜଣ ଙ୍କୁ ପୂଜା କରିବା ଦ୍ୱାରା କୃପା ଲାଭ ହୋଇଥାଏ l
* ଅମାବାସ୍ୟା ରେ ପିତୃ ଦୋଷ ରୁ ମୁକ୍ତି ପାଇଁ କିଛିଟା ମନ୍ତ୍ର ଜପ କରିବା ବିଧେୟ ଅଟେ l ଏହି ମନ୍ତ୍ର ପାଠ କରିବା ଦ୍ୱାରା ପିତୃ ପୁରୁଷ ଙ୍କ ଆତ୍ମା ଶାନ୍ତି ହୋଇଥାଏ l ଭଗବାନ ବିଷ୍ଣୁ ଙ୍କ ମନ୍ତ୍ର ପିତୃ ପୁରୁଷ ଙ୍କ ଆତ୍ମା କୁ ଶାନ୍ତି ଦେଇଥାଏ l ଓଁ ଭଗବତେ ବାସୁ ଦେବାୟ ନମଃ ମନ୍ତ୍ର କୁ ୧୦୮ ଥର ଜପ କରନ୍ତୁ l
* ପିତୃ ପୁରୁଷ ପ୍ରମୁଖ ଭାବରେ ୪ ଟି ଦେବ ରହିଛି l ଏହି ୪ ଦେବ ମୃତ୍ୟୁ ପରେ ଜୀବତ୍ମା ର କାର୍ଯ୍ୟ ଫଳ ନିର୍ଧାରଣ କରି ଥାଆନ୍ତି l ଏହି ୪ ଦେବ ହେଲେ ଯମ ରାଜ , ଆର୍ଯ୍ୟମା, କାବ୍ୟ ବାଡ଼ନାଲ ଓ ସୋମ ଦେବ ପିତର l ଏଥି ମଧ୍ୟରୁ ଆର୍ଯ୍ୟମା ଙ୍କୁ ପିତୃ ପୁରୁଷ ଙ୍କ ଦେବ ବୋଲି କୁହାଯାଇ ଥାଏ l ଏହି ୪ ଦେବ ଙ୍କୁ
ମଳମାସର ଅମାବାସ୍ୟା ରେ ଜଳ , ଅନ୍ନ ଇତ୍ୟାଦି ଅର୍ପଣ କରିବା ଶୁଭ ଅଟେ l ଏହାଦ୍ୱାରା ଜୀବନ୍ ର ସମସ୍ତ ବାଧା ଓ କଷ୍ଟ ଦୂର ହୋଇଥାଏ l
* ଏହି ମାସର ଅମାବାସ୍ୟା ରେ ଶିବ ଲିଙ୍ଗ ରେ ବେଲ ପତ୍ର, ୨୧ ଟି ଅରଖ ଫୁଲ , ଦହି ଅର୍ପଣ କରନ୍ତୁ ଏବଂ ଓଁ ନମଃ ଶିବାୟ ମନ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ପିତୃ ପୁରୁଷ ଶାନ୍ତି ପାଇବେ l ଏବଂ ଆପଣଙ୍କ ଜୀବନ ରେ ସୁଖ ସମୃଦ୍ଧି ର ବୃଦ୍ଧି ହେବ l
Nalco

Leave A Reply