Odisha news

କ୍ରୋଧ ଆସିଲେ କାହିଁକି କାନ୍ଦ ଲାଗିଥାଏ , କଣ ରହିଛି ଏହା ପଛରେ ବୈଜ୍ଞାନିକ କାରଣ

0
କଣ ଆପଣଙ୍କୁ ମଧ୍ୟ କ୍ରୋଧ ଆସିବା ମାତ୍ରକେ ଆକ୍ଷିରେ ଲୁହ ଆସି ଯାଇଥାଏ ? ବ୍ୟସ୍ତ ହୁଅନ୍ତୁ ନାହିଁ ଏଭଳି ଅନେକ ଲୋକ ଙ୍କ ନିକଟରେ ଦେଖିବାକୁ ମିଳିଥାଏ l ଏଭଳି ଅନେକ ଲୋକ ଥାଆନ୍ତି ଯିଏ କି କ୍ରୋଧ ଆସିବା ମାତ୍ରକେ କାନ୍ଦିବାକୁ ଲାଗି ଥାଆନ୍ତି l ଏହା ଗୋଟିଏ ପ୍ରକୃତିକ ପଦ୍ଧତି l ଆମେ କ୍ରୋଧ ସମୟରେ କାନ୍ଦିବା ଦ୍ୱାରା ଆମ ମନ ହାଲୁକା ହୋଇଯାଏ ଓ ଆମେ ନିଜ କ୍ରୋଧ କୁ ଠିକ ଭାବେ ପ୍ରକାଶ କରିପାରି ନଥାଉ l
* କାହିଁକି କ୍ରୋଧ ସମୟରେ କାନ୍ଦ ଲାଗିଥାଏ ?- :
କ୍ରୋଧ ସମୟରେ କାନ୍ଦ ଆସିବାର ଅନେକ କାରଣ ରହିଛି l କ୍ରୋଧ ସମୟରେ କାନ୍ଦ ଲାଗିବାର ଅର୍ଥ ହେଉଛି ଯେ ଆମେ ଖୁବ ଅଧିକ ମାତ୍ରାରେ ହର୍ଟ ହୋଇଥାଉ , ଲଜ୍ଜିତ ହୋଇଥାଉ ଓ ଅନ୍ୟାୟ ଅନୁଭବ କରିଥାଉ l ଏହାଛଡା କିଛି ଲୋକ ସେନ୍ସିଟିଭ ଅଧିକ ହୋଇ ଥାଆନ୍ତି ଯେଉଁ କାରଣରୁ କାନ୍ଦ ଲାଗିଥାଏ l ଷ୍ଟ୍ରେସ ଅଧିକ ରହିଥିବା କାରଣରୁ ଆମେ ଇମୋସନାଲ ହୋଇ କାନ୍ଦି ପକାଇ ଥାଉ l
* କାନ୍ଦିବା ଦ୍ୱାରା ହୋଇଥାଏ ରାଗ ଶାନ୍ତ :-
ଯେତେବେଳେ ଆମେ କାନ୍ଦି ଥାଉ ସେତେବେଳେ ଆମ ମସ୍ତିଷ୍କ ରେ ଆକ୍ସିଟୋସିନ ଓ ପ୍ରୋଳାକ୍ଟିନ ୨ ଟି କେମିକାଲ ରିଲିଜ ହୋଇଥାଏ ଓ ଯାହାକି ଷ୍ଟ୍ରେସ କମ କରିଥାଏ l ଏହାଛଡା ହାର୍ଟ ରେଟ ମଧ୍ୟ ନର୍ମାଲ ହୋଇଥାଏ l ସେଥି ପାଇଁ ଅତ୍ୟଧିକ କ୍ରୋଧ ରୁ ଷ୍ଟ୍ରେସ ଆସିବା ଦ୍ୱାରା କାନ୍ଦ ଲାଗିଥାଏ l କାହିଁକି ନା ଆପଣଙ୍କ ମସ୍ତିଷ୍କ ଆପଣଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥାଏ l
* କ୍ରୋଧ ସମୟରେ ସେଲ୍ଫ ଆୱେର ନେସ ସବୁଠୁ ଜରୁରୀ ଅଟେ l
* ଏହାଛଡା ପରିପରସ୍ବୀକ ପରିସ୍ଥିତି ମଧ୍ୟ କିଛି ମାତ୍ରାରେ ଦାୟୀ ରହଥାଏ l
* ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ଦୀର୍ଘ ନିଶ୍ୱାସ ନେଇ ନିଜର କ୍ରୋଧ କୁ ନିୟନ୍ତ୍ରଣ କରିବା ଆବଶ୍ୟକ l
Nalco

Leave A Reply