ବାରଙ୍ଗ : ପ୍ରାଣିଉଦ୍ୟାନ ନନ୍ଦନକାନନରେ ୬୫ନଂ ଏନକ୍ଲୋଜରରେ ଥିବା ଏକ ମାଇନିଳଗାଇ ରବିବାରଦିନ ମୃତ୍ୟୁବରଣ କରିଛି ।ମୃତ୍ୟୁବରଣ କରିଥିବା ୮ବର୍ଷର ଏହି ମାଇ ନୀଳଗାଇଟି ଗତକିଛିଦିନ ହେବ ପକ୍ଷଘାତରେ ଆକ୍ରାନ୍ତ ହୋଇ ତାର ପଛଗୋଟଦୁଇଟି ସଠିକଭାବେ କାମ କରୁନଥିଲ।। ଏପରିକି ଛୋଟେଇଛୋଟେଇ ଏନକ୍ଲୋଜରରେ ଚାଲୁଥିଲା ।ନନ୍ଦନକାନନର ଡାକ୍ତରମାନେ ତାର ଚିକିସ୍ା ଆରମ୍ଭ କରିଥିଲେ ।କିନ୍ତୁ ଶୁକ୍ରବାରଦିନଅପରାହ୍ନରେ ନନ୍ଦନକାନନର ଜଣେ ବରିଷ୍ଟଡାକ୍ତର ଅସୁସ୍ଥ ନୀଳଗାଇଟିର ସ୍ୱସ୍ଥ୍ୟବସ୍ଥା ଅନୁଧ୍ୟାନ କରିବାସହ ତାକୁ ନିଶାଦେଇ ଚିକିସ୍ା କରିଥିଲେ ।ରବିବାରଦିନ ନୀଳଗାଇଟି ଏନକ୍ଲୋଜରରେ ତଳେପଡି ବାଡେଇକଚାଡି ହେଉଥିବାର ଦାୟିତ୍ୱରେ ଥିବା କର୍ମଚାରୀଙ୍କଠାରୁ ଖବରପାଇ ଡାକ୍ତରମାନେ ପହଁଚିଲାବେଳକୁ ନୀଳଗାଇଟି ମୃତ୍ୟୁବରଣ କରିଥିବାର ଜଣାପଡିଥିଲା ।ନୀଳଗାଇଟିର ମୃତ୍ୟୁପରେ ଉକ୍ତ ଏନକ୍ଲୋଜରରେ ନୀଳଗାଇସଂଖ୍ୟା ହ୍ରାସପାଇ ୬ରେ ପହଁଚିଛି ।