ବାରଙ୍ଗ : ନିଶାଦେଇ ମାଛବେପାରୀ ଦମ୍ପତି ଙ୍କ ଠାରୁ ଲୁଟ ହୋଇଛି। ଏଭଳି ଘଟଣା ବାରଙ୍ଗ ଅଞ୍ଚଳ ରେ ଦେଖିବାକୁ ମିଳିଛି । ବାରଙ୍ଗଥାନା ଅଧିନସ୍ଥ ତ୍ରିଶୁଳିଆ ଛକପାଖରେ ଥିବା ପୋଖରୀକୁଳରେ ମାଛ ଦୋକାନ ଦେଇଥିବା ଦମ୍ପତିଙ୍କୁ ନିଶା ଦେଇ ଟଙ୍କା ଓ ମୋବାଇଲ ଲୁଟ କରାଯାଇଥିବାର ବାରଙ୍ଗଥାନାରେ ରବିବାରଦିନ ଅଭିଯୋଗ ହୋଇଛି ।ଲୁଟର ଶିକାର ହୋଇଥିବା ଦମ୍ପତି ହେଉଛନ୍ତି ଜଗତସିଂହପୁର କାକୁଡିଆ ଅଂଚଳର ପଲଉ ବେହେରା ଓ ସ୍ତ୍ରୀ ସୁଷମାବେହେରା ।ଏମାନେ କଟକ ବଡାନାସୀରେ ଭଡାଘରେ ରହୁଥିବାବେଳେ ଦୀର୍ଘଦିନଧରି ତ୍ରିଶୁଳିଆପାଖରେ ମାଛ ବ୍ୟବସାୟ କରୁଥିଲେ ।
ପ୍ରକାସ ଯେ,ସବୁଦିନଭଳି ରବିବାରଦିନ ପଲଉଶ ଓ ସୁଷମା ମାଛଆଣି ତ୍ରିଶୁଳିଆଛକନିକଟରେ ଥିବା ଏକ ପୋଖରୀପାଖରେ ମାଛବ୍ୟବସାୟ କରିଥିଲେ । ଦ୍ୱହିପହର ସମୟରେ କେହି ଦୁର୍ବୁତ ମାଛ କିଣାବାହାନାରେ ଆସି ଏମାନଙ୍କୁ ନିଶାଖୁଆଇ ଦେବାପରେ ସେମାନେ ସଂଜ୍ଞାହିନ ହୋଇପଡିରହିଥିଲେ ।ଏହିସୁଯୋଗରେ ଏହି ଦମ୍ପତି ବ୍ୟବସାୟକରି ଯାହାରଖିଥିଲେ ସବୁଟଙ୍କା ସହ ମୋବାଇଲ ଫୋନ ନେଇ ପଳାଇଯାଇଥିଲା ।କିଛିଦୁରରେ ଥିବା ଜଣେ ବେଲ୍ଟ ବ୍ୟବସାୟୀ ବୃଦ୍ଧଦମ୍ପତି ବହୁସମୟଧରି ଶୋଇହୋଇରହିଥିବାର ଦେଖି ପାଖକୁ ଆସିଥିଲା ।ଏମାନେ ନଉଠିବାରୁ ଡାକପକାଇଥିଲା ।ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଆସି ନିଶାଗ୍ରସ୍ଥ ଥିବାର ଜାଣିବାପରେ ପୋଲିସକୁ ଖବରଦେବାସହ ଚିକିସ୍ା ପାଇଁ ନେବାକୁ ଅଟୋରେ ଦମ୍ପତିକୁ ବସାଈଥିଲେ ।ଏହିସମୟରେ ଏହି ଦମ୍ପତିକୁ ଚିହ୍ନିଥିବା ଜଣେ ଯୁବକ କଟକରୁ ଭୁବନେଶ୍ୱର ଯାଉଥିବାବେଳେ ରାସ୍ତାପାଶ୍ୱର୍ରେ ଗହଳିଦେଖି ଅଟକିଯିବାପରେ ଏମାନଙ୍କ ପରିଚୟ ମିଳିଥିଲା ।ଏହାସହ ଉକ୍ତ ଯୁବକଜଣଙ୍କ ଅଟୋଚଳାଉଥିବା ତାଙ୍କ ପୁଅ ପ୍ରଭାତକୁ ଖବର ଦେଇଥିଲା ।ପୋଲିସ ଖବରପାଇ ପହଁଚି ଗଟଣାସ୍ଥଳରୁ ବୃଦ୍ଧଦମ୍ପତିକୁ ଉଦ୍ଧାର କରି ଚିକିସ୍ାପାଇଁ କଟକଏସିବିମେଡିକାଲକୁ ପଠାଇଥିଲା ।ଅନ୍ୟପଟେ ପ୍ରଭାତର ଅଭିଯୋଗ ଆଧାରରେ ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିଛି ।