Odisha news

ଫ୍ରେଣ୍ଡସିପ ଡେ ରେ ବନ୍ଧୁ ଙ୍କୁ ଦିଅନ୍ତୁ ଏହି ସବୁ ସୁନ୍ଦର ଉପହାର, ବନ୍ଧୁତା ହେବ ମଜବୁତ 

0
ବନ୍ଧୁତା ଦିବସ ଦିନଟି ସବୁ ସାଙ୍ଗ ମାନଙ୍କ ପାଇଁ ଖୁବ ପ୍ରିୟ ଅଟେ, ଏହିଦିନ ଟିକୁ ଆମେ ସମସ୍ତେ ଖୁବ ଆନନ୍ଦ ମନରେ ପାଳିତ କରିଥାଉ l ପ୍ରତି ବର୍ଷ ଫ୍ରେଣ୍ଡସିପ ଡେ ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ପାଳିତ ହୋଇଥାଏ l ସେହିଭଳି ଚଳିତ ଥର ଫ୍ରେଣ୍ଡସିପ ଡେ ଅଗଷ୍ଟ ମାସ ପ୍ରଥମ ରବିବାର ୬ତାରିଖ ଦିନ ଭାରତରେ ପାଳିତ ହେବ l ତେଣୁ ବାସ୍ତୁ ବିଜ୍ଞାନୀ ଙ୍କ ମତରେ ଏହି ଫ୍ରେଣ୍ଡସିପ ଡେ ରେ ଆପଣ ଏଭଳି କିଛି ଉପହାର ନିଜ ବନ୍ଧୁଙ୍କୁ ଦିଅନ୍ତୁ ଯାହାଦ୍ୱାରା ସେମାନଙ୍କ ସହିତ ଆପଣଙ୍କ ବନ୍ଧୁତା ମଜଭୁତ ହେବ l
– ବାସ୍ତୁଶାସ୍ତ୍ର ଅନୁସାରେ ମାଟି ରେ ପ୍ରସ୍ତୁତ କିଛି ବସ୍ତୁ ନିଜ ସାଙ୍ଗ କୁ ଦିଅନ୍ତୁ, ଏହାଦ୍ୱାରା ଉଭୟ ଙ୍କର ଦୁର୍ଭାଗ୍ୟ ସମାପ୍ତ ହେବ l ଏବଂ ବନ୍ଧୁତା ଅଧିକ ମଜବୁତ ହେବ l
– ଫ୍ରେଣ୍ଡସିପ ଡେ ରେ ଗୋମତୀ ଚକ୍ର ଉପହାର ଭାବରେ ଦିଅନ୍ତୁ l ବାସ୍ତୁ ର ମାନ୍ୟତା ଅନୁସାରେ ଯେଉଁ ଲୋକଙ୍କ ଘରେ ଗୋମତୀ ଚକ୍ର ରହିଥାଏ ସେମାନଙ୍କ ଘରେ ଖୁବ ପ୍ରସିଦ୍ଧି ଓ ଭଲ ସ୍ୱାସ୍ଥ୍ୟ ରହିଥାଏ l
– ବନ୍ଧୁତା ଦିବସ ରେ କ୍ରାସୁଲା ଗଛ ଗିଫ୍ଟ ରେ ଦିଅନ୍ତୁ ଖୁବ ଶୁଭ ଅଟେ l ଏହାକୁ ଧନ ର ଦେବତା ଅର୍ଥାତ କୁବେର ମଧ୍ୟ କୁହାଯାଇ ଥାଏ l ଏହା ଉପହାର ରେ ବନ୍ଧୁ ଙ୍କୁ ଦେବା ଦ୍ୱାରା ଜୀବନ ରେ ଧନ ଲାଭ ହୋଇଥାଏ l
– ଏହାଛଡା ରୁପାର କିଛି ଜିନିଷ ଉପହାର ଭାବରେ ଦେବା ଶୁଭ ହୋଇଥାଏ, ଯାହାଦ୍ୱାରା ଉପହାର ଦେଉଥିବା ଓ ନେଉଥିବା ଉଭୟ ଙ୍କ ଉପରେ ସକାରାତ୍ମକ ପ୍ରଭାବ ରହିଥାଏ l
Nalco

Leave A Reply