Odisha news

ବଡଚଣାରେ ଲୁଟେରାଙ୍କ ଆତଙ୍କ : ବାରମ୍ବାର ଲୁଟପାଟ ସତ୍ତ୍ୱେ ପୋଲିସ ନିରବ,ପୁଣି ଘର ଝରକା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା

0

ଚଣ୍ଡୀଖୋଲ ୦୪/୦୮:  ଯାଜପୁର ଜିଲ୍ଲା ବଡଚଣା ଥାନା ଅଞ୍ଚଳରେ କ୍ରମାଗତ ଭାବେ ଚୋରି ଓ ଲୁଟପାଟ ବୃଦ୍ଧି ପାଇବାରେ ଲାଗିଛି! ଗତ କିଛିଦିନ ମଧ୍ୟରେ ଥାନାଠାରୁ ମାତ୍ର ଅଧକିଲୋମିଟର ଦୂର ଦେଉଳକୁର ଗ୍ରାମର ପାଞ୍ଚଟି ମନ୍ଦିରରୁ ଗୋଟିଏ ରାତିରେ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ମୂଲ୍ୟର ଠାକୁରଙ୍କ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା! ଏହିଘଟଣା ପରେ ପରେ ଉକ୍ତ ଥାନାର ଧାନମଣ୍ଡଳ ଫାଣ୍ଡି ନିକଟସ୍ଥ ଧନଘରଖୋଲ ଜଗନ୍ନାଥ ମନ୍ଦିରରୁ ମଧ୍ୟ ଲକ୍ଷାଧିକ ଟଙ୍କା ମୂଲ୍ୟର ଠାକୁରଙ୍କ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା! ଏହିଘଟଣାରେ ପୋଲିସ ହାତବାନ୍ଧୀ ବସିଥିଲା ବେଳେ ଏବେ କ୍ରମାଗତଭାବେ ତିନିରୁ ଚାରିଟି ଚୋରି ଘଟଣା ଘଟିଚାଲିଛି! ସମସ୍ତ ଘଟଣାନେଇ ପୋଲିସ ଅବଗତ ଥିବାସହ ମାମଲା ମଧ୍ୟ ପଞ୍ଜିକରଣ ହୋଇଛି! ହେଲେ ତଦନ୍ତ ପ୍ରକ୍ରିୟା ଆଗୋଉ ନଥିବାରୁ ପୁନର୍ବାର ଚୋରି ବୃଦ୍ଧି ପାଉଛି! ଗୁରୁବାର ବିଳମ୍ବିତ ରାତିରେ ଥାନା ନିକଟ ସେହି ଦେଉଳକୁର ଗ୍ରାମରୁ ପୁଣି ଏକ ବଡଧରଣର ଚୋରି ଘଟଣା ଘଟିଛି!ଏହି ଗାଁର ସସ୍ମିତା ସାମଲଙ୍କ ଘରର ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଘରେ କଳାକନା ବୁଲାଇ ଦେଇଛନ୍ତି!ଘରେଥିବା ସମସ୍ତ ସୁନା ଅଳଙ୍କାର ଓ ନଗଦ ୨ ଲକ୍ଷ ୩୦ ହଜାର ନଗଦ ଟଙ୍କା ସହ ଏକ ସ୍କୁଟି ଲୁଟି ନେଇଛନ୍ତି!ଚୋରିଯାଇଥିବା ସମ୍ପତ୍ତିର ମୂଲ୍ୟ ପାଞ୍ଚଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବବୋଲି କୁହାଯାଇଛି! ଏପରି କ୍ରମାଗତ ଚୋରି ଓ ଲୁଟପାଟ ନେଇ ସାଧାରଣରେ।ଆତଙ୍କ ପ୍ରକାଶ ପାଇଛି! ଏହି ଘଟଣାରେ ଏତଲା ପାଇ ଶୁକ୍ରବାର ସକାଳୁ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଛି! ହେଲେ ତଦନ୍ତରେ କୌଣସି ଅଗ୍ରଗତି ହୋଇପାରି ନାହିଁ! ସନ୍ଧାନୀ କୁକୁର ଘଟଣା ସ୍ଥଳଠାରୁ ମାତ୍ର କେଇ ମିଟର ଯିବାପରେ ପୁଣି ଘଟଣା ସ୍ଥଳକୁ ଫେରି ଆସିଥିବାରୁ ପୋଲିସକୁ ଅଧିକ ସୂରାକ ମିଳିପାରିନାହିଁ! ଚୋରିପରେ ଲୁଟେରାମାନେ ସେଠାରୁ କୌଣସି ଗାଡି ସାହାଯ୍ୟରେ ପଳାଇଥିବା ପୋଲିସ ସନ୍ଦେହ କରୁଛି! ଥାନା ଅଞ୍ଚଳ ସମେତ ଜାତୀୟ ରାଜପଥରେ ଏପରି ଚୋରି ଓ ଲୁଟ ବୃଦ୍ଧି ପାଉଥିବାବେଳେ ଗୋଟିଏ ହେଲେ ଘଟଣାରେ ଚୋର ଧରାପଡିବା ବା ଚୋରି ସାମଗ୍ରୀ ଉଦ୍ଧାର ହୋଇପାରୁ ନଥିବାରୁ  ବଡଚଣା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି!ଏଥିନେଇ ଯାଜପୁର ଏସପି ଓ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାସହ ଥାନା ଅଞ୍ଚଳରେ ରାତ୍ରି ପେଟ୍ରୋଲଙ୍ଗକୁ ଆହୁରି କଡାକଡି କରାଯିବା ପାଇଁ ସାଧାରଣରେ ଦାବି ହୋଇଛି!

Leave A Reply