Odisha news

ଚଣ୍ଡିଗଡ଼ରେ ରହୁଥିବା ମହିଳାଙ୍କ ନିକଟରେ ଦେଖାଗଲା ଦୁର୍ଲଭ ସମସ୍ୟା , ଋତୁସ୍ରାବ ସମୟରେ ଆଖିରୁ ବାହାରିଲା ରକ୍ତ

ନୂଆଦିଲ୍ଲୀ : ଚଣ୍ଡିଗଡ଼ରେ ରହୁଥିବା ଜଣେ ୨୫ ବର୍ଷୀୟା ମହିଳା କାନ୍ଦି କାନ୍ଦି ଡାକ୍ତର ଖାନରେ ପହଁଚିଲେ l ମହିଳା ଜଣଙ୍କ କହିଥିଲେ ଯେ ତାଙ୍କ ଚକ୍ଷୁରୁ ରକ୍ତ ବାହାରୁଛି , କିନ୍ତୁ ତାଙ୍କୁ କୌଣସି ଯନ୍ତ୍ରଣା ହେଉନାହିଁ l ଉକ୍ତ ମହିଳା ଜଣଙ୍କ କହିଥିଲେ ଯେ ଗୋଟିଏ ମାସ ପୂର୍ବରୁ ମଧ୍ୟ ତାଙ୍କୁ ସମାନ ସମସ୍ୟା ହୋଇଥିଲା l ଡାକ୍ତର ମାନେ ତାଙ୍କର ରେଡ଼ିଓ ଲଜିକାଲ ଓ ଆପଥେମୋଜିକାଲ ଯାଞ୍ଚ କରାଇଥିଲେ , କିନ୍ତୁ ଜାଣିପାରିଲେ ନାହିଁ ଯେ କଣ ସମସ୍ୟା ରହିଛି l

ଏହାପରେ ଡାକ୍ତର ମାନେ ଆହୁରି ଅଧିକ ପରୀକ୍ଷା କରିବା ଆରମ୍ଭ କରିଦେଲେ , ସେଠାରେ ସେ ଜାଣି ପାରିଲେଯେ ମହିଳା ଜଣଙ୍କ ଗୋଟିଏ ଦୁର୍ଲଭ ସମସ୍ୟାରେ ଗତି କରୁଛନ୍ତି , ଯାହାକୁ ଡାକ୍ତରୀ ଭାଷାରେ OCULAR ,VICARIOUS ,MENSTRUATION କୁହାଯାଏ l ଡାକ୍ତର ମାନଙ୍କ କହିବା ଅନୁସାରେ ସେତେବେଳେ ଆଖିରୁ ରକ୍ତ ପାତ ହୋଇଥାଏ ଯେତେବେଳେ ମହିଳା ଜଣଙ୍କର ଋତୁସ୍ରାବ ହୋଇଥାଏ l ଡାକ୍ତର ମାନଙ୍କର କହିବା କଥା ହେଲା ଏହି ମହିଳା ଯେଉଁ ଦୁର୍ଲଭ ଅବସ୍ଥାରେ ଗତି କରୁଛନ୍ତି ତାଙ୍କ ଭଳି ଅବସ୍ଥାରେ ଗତି କରୁଥିବା ମହିଳା ମାନଙ୍କର କିଡ୍ନୀ ,ନାକ ,ଆଖି ,ଓଠ ଓ ଲଙ୍ଗସରୁ ରକ୍ତ ସ୍ରାବ ହବାର ସଂଭାବନା ଥାଏ l

ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ମଧ୍ୟ ଏହାକୁ ପବ୍ଲିସ କରାଯାଇଥିଲା l ସୂଚନା ଅନୁସାରେ ମହିଳା ଜଣଙ୍କୁ ତିନିମାସ ପର୍ଯ୍ୟନ୍ତ ଓରାଲ କଣ୍ଟ୍ରାସେପ୍ଟିକ ଦିଆଯାଇଥିଲା l ଯାହାପରେ ଉକ୍ତ ମହିଳାଙ୍କ ଆଖିରୁ ରକ୍ତ ସ୍ରାବ ହେବା ବନ୍ଦ ହୋଇଯାଇଥିଲା ଓ ନର୍ତ୍ତମାନ ଏହି ଦୁର୍ଲଭ ଅବସ୍ଥା ପାଇଁ କଣ୍ଟ୍ରାସେପ୍ଟିକକୁ ଗୋଟିଏ ଉପଯୁକ୍ତ ଉପାୟ ଭାବରେ ଗ୍ରହଣ କରାଯାଉଛି l ଏହି ମହିଳା ଜଣଙ୍କ ମାମଲା ଦୁର୍ଲଭ ହୋଇଥିବା କାରଣରୁ ଡାକ୍ତର ମାନେ ଅତ୍ୟନ୍ତ ଯତ୍ନଶୀଳ ଭାବରେ ଗ୍ରହଣ କରିଥିଲେ l

Comments are closed.