Odisha news

ସମଲେଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଲେ ୫-ଟି ଏବଂ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ

0

ଆଜି ସକାଳେ ୫-ଟି ଏବଂ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି କେ ପାଣ୍ଡିଆନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଥିଲେ। ସେ ମା’ଙ୍କ ଦର୍ଶନ କରିବା ପରେ ସମଲେଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ। ଏଥିସହ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ଭି କେ ପାଣ୍ଡିଆନ ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଛନ୍ତି। ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂସ୍ଥଳୀ, ପୋଡିୟମ, ଧାଡ଼ି ପରିଚାଳନା ବ୍ୟବସ୍ଥା, କ୍ଲକ ରୁମ ସହ ମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟକରଣ ଆଦି ସଂପର୍କରେ ପଚାରି ବୁଝିଥିଲେ। ମନ୍ଦିର ରୂପାନ୍ତରଣର ୭୦ ପ୍ରତିଶତରୁ ଅଧିକ ଶେଷ ହେଲାଣି। ନୂଆବର୍ଷ ପୂର୍ବରୁ ରୂପାନ୍ତରଣ କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

ଏହି ସମୟରେ ସମ୍ୱଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବ, ଆରଡିସି ସୁରେଶ ଚନ୍ଦ୍ର ଦଳେଇ, ଆଇଜି ଡକ୍ଟର ଦୀପକ କୁମାର, ଏସପି ମୁକେଶ ଭାମୁ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତକାଲି ରାତିରେ ୫ଟି ଏବଂ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସମ୍ବଲପୁରରେ ପହଞ୍ଚିଥିଲେ। ଶ୍ରୀ ପାଣ୍ଡିଆନ ଭୁବନେଶ୍ବରରୁ ବିମାନ ଯୋଗେ ରାତି ୮ଟା ୫୦ରେ ଝାରସୁଗୁଡ଼ା ବିମାନ ବନ୍ଦ‌ରରେ ପହଞ୍ଚି ଥିଲେ। ସେଠାରୁ ସଡ଼କ ପଥରେ ସମ୍ବଲପୁର ଆସିଥି‌ଲେ।ସେ ସର୍କିଟ ହାଉସ୍‌ରେ ରାତ୍ରୀଯାପନ କରି‌ଥିଲେ। ସକାଳ ୯ଟା ୪୦ରେ ପୁଣି ଜମଦାରପାଲି ଏୟାରଷ୍ଟ୍ରିପ୍‌ରୁ ବିମାନ ଯୋଗେ ଭୁବନେଶ୍ବର ଅଭିମୁଖେ ବାହାରିବେ ବୋଲି ଜଣାପଡ଼ିଛି।

Har Ghar Tiranga

Leave A Reply