Odisha news

୫ ଟି ସଚିବଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି : ହେଲେ ଜିଲ୍ଲାର ମୁଖଶାଳା ଚଣ୍ଡିଖୋଲ ବଜାରର ସ୍ଥିତି ନେଇ କାହାରି ଦୃଷ୍ଟି ନାହିଁ

0
ଚଣ୍ଡିଖୋଲ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବଙ୍କ ଯାଜପୁର ଜିଲ୍ଲାକୁ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସରକାରୀ ତଥା ବେସରକାରୀ ସ୍ଥରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି! ସରକାରୀ ଘୋଷଣା ଅନୁଯାଇ ଚଳିତ ଅଗଷ୍ଟ ମାସ ୨୯,୩୧ ଓ ସେଷ୍ଟେମ୍ବର ମାସ ୧ ତାରିଖ ତିନିଦିନ ଧରି ଯାଜପୁର ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀକୁ ୫ଟି ସଚିବ ଭି କେ ପାଣ୍ଡିଆନ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ  ଯୋଗଦେବେ! ଏଥିପାଇଁ ଜିଲ୍ଲାର ପ୍ରାୟତ ସବୁ ନିର୍ବାଚନ ମଣ୍ଡଳିର ମୁଖ୍ୟ ସ୍ଥାନସହ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ସ୍ଥିରିକୃତ ସଭାସ୍ଥଳ ଗୁଡିକର ପାରିପାର୍ଶ୍ବିକ ଉନ୍ନତି କରଣ ଚାଲିଛି! ବିଶେଷକରି ପରିଷ୍କାର ପରିଛନ୍ନତା ,ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା,ଆଇନ ଶୃଙ୍ଖଳା ପ୍ରତି ବେସ ଗୁରୁତ୍ୱ ଦିଆଯାଇଛି! ତେବେ ଯାଜପୁର ଜିଲ୍ଲାର ମୂଖଶାଳା ତଥା ପ୍ରବେଶପଥ କୁହାଯାଉଥିବା ବଡଚଣା ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ଚଣ୍ଡିଖୋଲର ଅସଜଡା ସ୍ଥିତି ପ୍ରତି କାହାରି ଦୃଷ୍ଟି ନଥିବା ପରିଲକ୍ଷିତ ହୋଇଛି! ତିନୋଟି ଜାତୀୟ ରାଜପଥର ସଙ୍ଗମସ୍ଥଳ ତଥା ସାରା ଦେଶର ଭୌଗଳିକ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇଥିବା ଚଣ୍ଡିଖୋଲର ଅସଜଡା ଟ୍ରାଫିକ ବ୍ୟବସ୍ଥା,ଏଠାର ପାରିପାର୍ଶ୍ବିକ ସ୍ୱଛତା ସହ ଆଇନ ଶୃଙ୍ଖଳାର ସୁଧାର ଆଣିବା ତଥା ସେସବୁକୁ ସୁ ବ୍ୟବସ୍ଥିତ କରିବା ପାଇଁ କାହାର ନଜର ନଥିବା ଦେଖାଯାଇଛି! ଟ୍ରାଫିକ ନିୟନ୍ତ୍ରଣ ଆଳରେ ବଜାର ମଝିରେ ବାଡା ପକାଯିବା,ଚଣ୍ଡିଖୋଲକୁ ସୌନ୍ଦର୍ଯ୍ୟ କରଣ କରାଯିବା ପରିବର୍ତ୍ତେ ବଜାର ମଝିରେ କୁଢକୁଢ ଅଳିଆ ଆବର୍ଜନା ଗଦାକରାଯାଇ ସମଗ୍ର ପରିବେଶକୁ ପୂତି ଗନ୍ଧମୟ କରାଯିବା ସହ ଯାଜପୁର ସାସଦଙ୍କ ଅନୁଦାନରେ ଲକ୍ଷାଧିକ ଟଙ୍କା ବ୍ୟୟରରେ ଯାତ୍ରୀ ଓ ବଜାର ବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ନର୍ମିତ ସୌରଚାଳିତ ଜଳ ଯୋଗାଣ କେନ୍ଦ୍ରକୁ ଅଚଳ ଓ ଅପନ୍ତରାକରି ପକାଇ ରଖିବା ଦୃଶ୍ୟ ଏବେସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି! ଏହିସବୁ ଦୃଶ୍ୟ ସାଧାରଣ ହୋଇଥିଲେ ବି ଚଣ୍ଡିଖୋଲର ଗରିମାକୁ ନ୍ୟୁନ କରୁଛି ବୋଲି ଚର୍ଚ୍ଚା ହେଉଛି! ତେଣୁ ଆସନ୍ତା ୩୧ ତାରିଖରେ ଚଣ୍ଡିଖୋଲ ଗସ୍ତ ସମୟରେ ଏହା ଯଦି ୫ଟି ସଚିବଙ୍କ ଦୂଷ୍ଟିକୁ ଆସେ ତେବେ ପରିସ୍ଥିତି କଣ ହେବ ତାକୁନେଇ ଆଲୋଚନା ଆରମ୍ଭ ହୋଇଛି! ୫ଟି ସଚିବଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତିରେ ନିୟୋଜିତ ସ୍ଥାନୀୟ ସରକାରୀ ଅଧିକାରୀ ଓ ରାଜନେତା ମାନଙ୍କର ଏଥିପ୍ରତି କିପରି ନଜର ପଡୁନି ତାହା ମଧ୍ୟ ଆଲୋଚନା ହେଉଛି!
Leave A Reply