କୋଣାର୍କ,ସବ୍ୟୁ, ଚନ୍ଦ୍ରଭାଗାର 5 ଜଣ ନୋଳିଆ ମସ୍ୟ ଯିବି 21 ଦିନ ଲକଡା଼ଉନ ପୂର୍ବରୁ କୌଣସି କାର୍ଯ୍ୟ ରେ ଆନ୍ଦ୍ର ଯାଇଥିଲେ। ସେଠାରେ ଲକଡା଼ଉନ ହେତୁ ଓ ଗମନାଗମନର ସୁବିଧା ବନ୍ଦ ହୋଇଯିବାରୁ ଓଡିଶା ଫେରି ନପାରି ଆନ୍ଦ୍ର ରେ ଫସିରହିଥିଲେ। ପରେ ପୁନର୍ବାର କେନ୍ଦ୍ରସରକାର ଙ୍କ ଦ୍ଵାରା 19 ଦିନ ଲକଡା଼ଉନ ଘୋଷଣା ହେବାରୁ ଉକ୍ତ 5 ଜଣ ବେକ୍ତି ଚନ୍ଦ୍ରଭାଗା ନିଜ ପରିବାର ନିକଟକୁ ଆସିବା ପାଇଁ ସେଠାରୁ ଏକ ନୂତନ ଡଙ୍ଗା କିଣି ସମୁଦ୍ର ପଥରେ ତିନି ଦିନ ଯାତ୍ରା କରି ଗୁରୁବାର ଦିନ ଚନ୍ଦ୍ରଭାଗା ନୋଳିଆ ସାଇ ରେ ପହଂଚିବା ଦେଖି ସ୍ତାନୀୟ ଲୋକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ ।ଗଣମାଧ୍ୟମ ପ୍ରତିନିଧି ଏ ବିଷୟରେ ସ୍ଥାନୀୟ ପ୍ରଶାସନ ତଥା ଏନ ଏ ସି ର ନିର୍ବାହୀ ଅଧିକାରୀ ଏମ ଶ୍ରୀ ନିବାସ ଙ୍କୁ ଅବଗତ କଲାପରେ , ସେ ତାଙ୍କ ଟିମ ଓ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଙ୍କ ସହ ସେଠାକୁ ଯାଇ 5ଜଣଙ୍କୁ ନିଜ ସାଥିରେ ଆଣି କୋଣାର୍କ ଡାକ୍ତର ଖାନା ରେ ପ୍ରସ୍ତୁତ ହୋଇଥିବା ଆଇସୋଲେସନ ୱାର୍ଡ଼ ରେ 14 ଦିନ କ୍ୟୁରେଟାଇନି ରେ ରଖିଥିବା ଜଣାପଡିଛି।ଏବଂ ସେଠାରେ ଉକ୍ତ ବେକ୍ତି ମାନଙ୍କ ପାଇଁ ଖାଇବା ସହ ସମସ୍ତ ବେଵ୍ୟସ୍ତ। ପ୍ରଶାସନ ତରଫରୁ କରାଯାଇଛିବୋଲି ନିର୍ବାହୀ ଅଧିକାରୀ ଶ୍ରୀ ନିବାସ ପ୍ରକାଶ କରିଛନ୍ତି।