Odisha news

କରୋନା କୁ ମୁକାବିଲା କରିବା ପାଇଁ ଭୁବନ ବ୍ଲକରୁ ସି.ଏମ ଫଣ୍ଡ କୁ ୫.୯୧ଲକ୍ଷ ପ୍ରଦାନ

0

ଭୁବନ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ ଙ୍କ ଉଦ୍ୟମ କ୍ରମେ ଭାଗୀରଥି ସାହୁ ଙ୍କ ସଂଯୋଜନା ଓ ବାବୁଲି ସାମଲଙ୍କ ସହ ସଂଯୋଜନାରେ ଅପ୍ରେଲ ୧ ତାରିଖ ଠାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହ ଯୋଗ ରାଶି ସଂଗ୍ରହ କରାଯାଇଥିଲା । ପାଦରେ ଚାଲି ଚାଲି ଘଣ୍ଟ ବଜାଇ ଜନତାଙ୍କୁ ସଚେତନ କରାଇବା ସହ ମାସ୍କ ପିନ୍ଧିବା , ସାବୁନରେ ହାତ ଧୋଇବା , ସାମଜିକ ଦୁରତା ବଜାୟ ରଖିବା ଆଦି ବିଷୟରେ ସଚେତନ କରାଇଥିଲେ । ୧୮ଟି ପଚାଂୟତର ୬୫ଟି ଗ୍ରାମ ବିଲି ବୁଲି ୨ଟି କାଠ ବାକ୍ସରେ ପାଣ୍ଠି ସଂଗ୍ରଜ କରଯାଇଥିଲା ।

ସୋମବାର ଭୁବନ ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି ବାକ୍ସ କୁ ତହସିଲଦାର ଶକ୍ତିକାନ୍ତ ରାୟ , ବିଡିଓ ଆର୍ଶୀବାଦ ପରିଡା , ଭୁବନ ଥାନାଧିକାରୀ ନିର୍ମଳା ଗୋଚ୍ଚାୟତ, ଏସ.ଆଇ ଆଶିଷ ଜେନା , ଏଏସଆଇ ଲକ୍ଷ୍ମୀଧର ରଣା ପୂର୍ବତନ ଜିଲ୍ଲାପରିଷଦ ଉପାଧକ୍ଷ ମାୟାଧର ପଣ୍ଡା ,ବିଜୁ ଜନତା ଦଳ ବ୍ଲକ ସଭାପତି ରମେଶ ଚନ୍ଦ୍ର ସାହୁ , ଯୁବ ସଭାପତି ଅମୁଲ୍ୟ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତିରେ ଖୋଲାଯାଇଥିଲା । ସମୁଦାୟ ୫ଲକ୍ଷ୯୧ ହଜାର ଟଙ୍କା ବାହାରିଥିଲା । ମଙ୍ଗଳବାର ଜିଲ୍ଲାପାଳ ଢେଙ୍କାନାଳଙ୍କୁ ଏହା ପ୍ରଦାନ କରାଯିବ ବୋଲି ସୁଧାକର ସାହୁ ଜଣାଇଛନ୍ତି ।

Har Ghar Tiranga

Leave A Reply