Odisha news

0

ରୋନାଲେïାଙ୍କ ପେପର୍‌ ପ୍ରତିମା ଇଟାଲୀର ଭିୟାରିଜିଓରେ କାର୍ନିଭାଲ ସମୟରେ ଫୁଟବଲ୍‌ ତାରକା କ୍ରିଷ୍ଟିୟାନୋ ରୋନାଲେïାଙ୍କ ପେପର୍‌ ପ୍ରତିମା ତିଆରି କରାଯାଇଥିଲା । ପରେଡ୍‌ ସମୟରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ଏହି ଷ୍ଟାଚୁ୍ୟର ଉଚ୍ଚତା ୪ ମହଲା ବିଲïିଂ ସହ ସମାନ । ଲୋକପ୍ରିୟ ଓ ପ୍ରସିଦ୍ଧ ଆଇଡଲ୍‌ଙ୍କୁ ଦର୍ଶାଇବା ପାଇଁ ଏହି କାର୍ନିଭାଲ ଆୟୋଜିତ କରାଯାଏ । ରୋନାଲେïାଙ୍କ ପ୍ରତିମାକୁ ସିଲ୍‌ଭର କଲରରେ ରୋବୋଟ ଭଳି ଲୁକ୍‌ ଦିଆଯାଇଥିଲା । ସେହିପରି ଗତ ଜାନୁୟାରୀରେ ପର୍ତ୍ତୁଗାଲର ଚକୋଲେଟ୍‌ ନିର୍ମାତା ଜର୍ଜ କାରଡୋସୋ ଚକୋଲେଟ୍‌ ସାହାଯ୍ୟରେ ଫୁଟବଲର୍‌ ରୋନାଲେïାଙ୍କ ଷ୍ଟାଚୁ୍ୟ ତିଆରି କରିଥିଲେ । ଏହା ସୋସାଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା । ସ୍ୱିଜରଲାଣ୍ଡରେ ଏକ ଚକୋଲେଟ୍‌ ଫ୍ୟାକଫ୍ରିରେ ତିଆରି ୧.୮୭ ମିଟର ଲମ୍ବର ଷ୍ଟାଚୁ ପାଇଁ ୧୨୦ କିଲୋ ଚକୋଲେଟ୍‌ ବ୍ୟବହାର ହୋଇଥିଲା ।

Har Ghar Tiranga

Leave A Reply