Odisha news

ରାଜ୍ୟବ୍ୟାପୀ ବିଜେପିର ୪୦ତମ ପ୍ରତିଷ୍ଠା ଦିବସ ପାଳିତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକର୍ତା ଏକାଠୀ ହୋଇ କରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଦେଲେ ରାଜ୍ୟସଭାପତି

0

 ପ୍ରତିଷ୍ଠା ଦିବସରେ କାର୍ଯ୍ୟକର୍ତାମାନେ ଗୋଟିଏ ପ୍ରହରର ଭୋଜନ ତ୍ୟାଗ କରି ଫିଡଦିନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା କାର୍ଯ୍ୟକ୍ରମ ଅନୁସାରେ ୫+୧ ପ୍ୟାକେଟ ଖାଦ୍ୟ ସାମଗ୍ରୀ ନିଃସ୍ୱ ଗରିବ ଅସହାୟ ଲୋକଙ୍କୁ ପ୍ରଦାନ କରିବେ
 କାର୍ଯ୍ୟକର୍ତାମାନେ ଫେସ କଭର ଅବା ମାସ୍କ ତିଆରି କରି ନିଜ ନିଜ ବୁଥ ଲୋକଙ୍କୁ ବଂଟନ କରିବେ
 ସମସ୍ତ କାର୍ଯ୍ୟକର୍ତାମାନେ ୪୦ ଜଣ ଲୋକଙ୍କୁ ସଂପର୍କ କରି ୧୦୦ ଟଙ୍କା ଲେଖାଏଁ ଚଗ-ମବକ୍ସରଗ୍ଦ (ପିଏମ କେୟାର୍ସ ଫଣ୍ଡ)କୁ ଅନୁଦାନ ଦେବା ପାଇଁ ପ୍ରବର୍ତାଇବେ
 ନିଜ ନିଜ ଅଂଚଳର କରୋନା ଯୋଦ୍ଧା ମାନଙ୍କୁ ଧନ୍ୟବାଦ ପତ୍ର ପ୍ରଦାନ କରନ୍ତୁ
 ସମାଜର ତଳ ସ୍ତରରେ ରହୁଥିବା ଲୋକ ପାଖରେ ବିକାଶ ପହଂଚାଇବା ଲକ୍ଷ୍ୟ ନେଇ ବିଜେପି କାର୍ଯ୍ୟ କରୁଛି
ଭୁବନେଶ୍ୱର,ତା.୦୬/୪: ଆଜି ବିଜେପିର ୪୦ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଦଳୀୟ ନେତୃବୃନ୍ଦ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସର ଭିତରେ ଦଳୀୟ ପତାକା ଉତୋଳନ କରିବା ସହ ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ୪୦ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକର୍ତା ଏକାଠୀ ହୋଇ କରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ରାଜ୍ୟରେ କରୋନା ମହାମାରୀ ବ୍ୟାପୁଥିବାରୁ ଶ୍ରୀ ମହାନ୍ତି ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ସାମାଜିକ ଦୂରତା ବଜାୟ ରଖି ନିଜ ନିଜ ଘରେ ଦଳୀୟ ପତାକା ଉତୋଳନ କରିବା ପାଇଁ ନିବେଦନ କରିଥିଲେ । ସମସ୍ତ କାର୍ଯ୍ୟକର୍ତା ପ୍ରତିଷ୍ଠା ଦିବସ ଅବସରରେ ନିଜର ଗୋଟିଏ ପ୍ରହରର ଭୋଜନ ତ୍ୟାଗ କରି ଲକଡାଉନ ସମୟରେ କଷ୍ଟ ପାଉଥିବା ଅସହାୟ ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କ ପ୍ରତି ସହାନୁଭୂତି ଦେଖାଇ ୰ୠରରୟଗ୍ଧଷରଦ୍ଭରରୟଚ୍ଚ ଫିଡଦିନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା କାର୍ଯ୍ୟକ୍ରମ ଅନୁସାରେ ୫+୧ ପ୍ୟାକେଟ ଖାଦ୍ୟ ସାମଗ୍ରୀ ନିଃସ୍ୱ ଗରିବ ଅସହାୟ ଲୋକଙ୍କୁ ପ୍ରଦାନ କରିବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।
ଏହା ସହ ଆଗାମୀ ଏକ ସପ୍ତାହ ମଧ୍ୟରେ ବିଜେପିର ସମସ୍ତ କାର୍ଯ୍ୟକର୍ତା ପ୍ରତି ବୁଥର ଲୋକମାନଙ୍କୁ ଘର ତିଆରି ମାକ୍ସ ବଂଟନ କରିବା ପାଇଁ ସୁଦୃଢ ବ୍ୟବସ୍ଥା କରିବେ ଏବଂ ଫେସ କଭର ଅବା ମାସ୍କ ତିଆରି କରିବା ଏବଂ ବାଂଟିବାର ଭିଡିଓକୁ ୰ଙ୍ଗରବକ୍ସଲବମରମକ୍ଟଙ୍ଖରକ୍ସଗ୍ଦଗ୍ଧବଚ୍ଚଗ୍ଦବଲର ମାଧ୍ୟମରେ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେପି ୪୦ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ଯୋଗୁଁ ସମସ୍ତ କାର୍ଯ୍ୟକର୍ତାମାନେ ୪୦ ଜଣ ଲୋକଙ୍କୁ ସଂପର୍କ କରି ୧୦୦ ଟଙ୍କା ଲେଖାଏଁ ଚଗ-ମବକ୍ସରଗ୍ଦ (ପିଏମ କେୟାର୍ସ ଫଣ୍ଡ)କୁ ଅନୁଦାନ ଦେବା ପାଇଁ ପ୍ରବର୍ତାଇବେ । ଏହା ସହ ୰ଗଚ୍ଚ୪୦ଲକ୍ଟକ୍ସଗ୍ଧଷରଦ୍ଭବଗ୍ଧସକ୍ଟଦ୍ଭ ବ୍ୟବହାର କରି ସୋସିଆଲ ମିଡିଆରେ ସେୟାର କରିବେ ।
୪୦ ତମ ପ୍ରତିଷ୍ଠା ଦିବସ ଅବସରରେ ବୁଥ କାର୍ଯ୍ୟକର୍ତାମାନେ ଅନୁ୍ୟନ ୪୦ ଜଣ ପରିବାରକୁ ସଂପର୍କ କରି ୫ ଟି ଧନ୍ୟବାଦ ପତ୍ରର ହସ୍ତାକ୍ଷର ସଂଗ୍ରହ କରି ଏହି ପତକୁ୍ର (୧) ପୋଲିସ କର୍ମଚାରୀ (୨) ସଫେଇ କର୍ମଚାରୀ (୩) ଡାକ୍ତର ଏବଂ ନର୍ସ (୪) ବ୍ୟାଙ୍କ ଏବଂ ପୋଷ୍ଟାଲ କର୍ମଚାରୀ (୫) ସରକାରୀ କର୍ମଚାରୀ ମାନଙ୍କୁ ପ୍ରଦାନ କରି ଧନ୍ୟବାଦ ଜଣାଇବେ । ଏହି ଧନ୍ୟବାଦ ପତ୍ର ନିଜ ନିଜ ଅଂଚଳର କରୋନା ଯୋଦ୍ଧା ମାନଙ୍କୁ ପ୍ରଦାନ କରିବେ । ଦଳ ଏବଂ ଦଳର ବରିଷ୍ଠ ନେତାମାନଙ୍କ ସମ୍ବନ୍ଧରେ ଜାଣିବା ପାଇଁ ନିଜ ଘରେ ଥିବା ପୁସ୍ତକକୁ ଅଧ୍ୟୟନ କରିବା ପାଇଁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।
କ୍ୱାରେଂଟାଇନରେ ରହୁଥିବା ଲୋକଙ୍କୁ ଫୋନ କରି ସେମାନଙ୍କ ମନୋବଳକୁ ବୃଦ୍ଧି କରିବେ । ଏହା ସହ ମାସ୍କ ତିଆରି କରିବା, ଅସହାୟ ଲେକମାନଙ୍କୁ ଖାଦ୍ୟ ବାଂଟିବା ଆଦି କାର୍ଯ୍ୟକୁ ୰ଐରକ୍ଷକ୍ଟ୍ରଲସଶଷଗ୍ଧମକ୍ଟକ୍ସକ୍ଟଦ୍ଭବ ବ୍ୟବହାର କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ଶ୍ରୀ ମହାନ୍ତି କହିଛନ୍ତି ।
୧୯୮୦ ମସିହା, ଅପ୍ରେଲ ୬ ତାରିଖ ଦିନ ବିଜେପି ପ୍ରତିଷ୍ଠା ହୋଇଥିଲା । ପଣ୍ଡିତ ଦୀନଦୟାଲଙ୍କ ଅନ୍ତ୍ୟୋଦ୍ୱୟ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଧାରଣ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ପହଂଚାଇବାର ବଜ୍ର ଶପଥ ନେଇ ଗଢ଼ି ଉଠିଥିଲା ଭାରତୀୟ ଜନତା ପାର୍ଟି । ଆଭିଜାତ୍ୟ, ପ୍ରତିପତି ଓ ବିତଶାଳୀଙ୍କ କବଳରେ ଥିବା ଭାରତୀୟ ଶାସନର ସବା ପଛ ଧାଡ଼ିରେ ଛିଡ଼ା ହୋଇଥିବା ନିଃସ୍ୱ ନିରୀହ ଜନତାଙ୍କ ହାତ ଧରି ଆଗଧାଡ଼ିରେ ଛିଡ଼ା କରିବାର ସଂକଳ୍ପ ନେଇଥିଲା ଏହି ଦଳ । ଲକ୍ଷ୍ୟ ଥିଲା ସମାଜର ତଳ ସ୍ତରରେ ରହୁଥିବା ଲୋକ ପାଖରେ ବିକାଶ ପହଂଚାଇବା । ୧୯୮୪ ମସିହାରେ ମାତ୍ର ୨ ଜଣ ସାଂସଦ ଥିବା ଭାରତୀୟ ଜନତା ପାର୍ଟି ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ଦଳରେ ପରିଣତ ହୋଇଛି । ଦେଶକୁ କଂଗ୍ରେସର କୁଶାସନରୁ ମୁକ୍ତ କରିବା, ଗରୀବି ହଟାଇବା, ଦେଶର ସୀମାକୁ ସୁରକ୍ଷିତ ରଖିବା ଏସମସ୍ତ ପ୍ରସଙ୍ଗରେ ବିଜେପି ସରକାର ସୂଚାରୁରୂପେ କାମ କରିଛି । ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିକାଶଧାରାକୁ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗେଇ ନେଉଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଢଭାନୀଙ୍କ ଦୃଢ ନେତୃତ୍ୱ ଏବଂ କୋଟି କୋଟି କାର୍ଯ୍ୟକର୍ତାଙ୍କ ବଳିଦାନରେ ବିଜେପି କାଶ୍ମିରୀଠାରୁ କନ୍ୟାକୁମାରୀ ସବୁଠି ବିଶ୍ୱାସଭାଜନ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେପି ପ୍ରତିଷ୍ଠା ଦିବସ ରାଜ୍ୟ କାର୍ଯ୍ୟାଳୟ, ଜିଲ୍ଲା ଓ ମଣ୍ଡଳ କାର୍ଯ୍ୟାଳୟ ଠାରେ ପାଳନ କରାଯାଇଛି । ରାଜ୍ୟ ସଭାପତିଙ୍କ ସମେତ ବରିଷ୍ଠ ନେତୃବୃନ୍ଦ, ଦଳୀୟ ବିଧାୟକ, ଦଳୀୟ ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ଘରେ ପ୍ରତିଷ୍ଠା ଦିବସକୁ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା କରି ଘରର ଛାତ ଉପରେ ଦଳୀୟ ପତାକାକୁ ଉତୋଳନ କରିଥିଲେ ।

 

Leave A Reply