Odisha news

କଣ ସବୁ ଘଟିଥିଲା ଦେଶରେ 2024 ରେ ଚର୍ଚିତ ଘଟଣା

0

Suvendra Pattanaik : ସାରା ବିଶ୍ୱ ବର୍ତମାନ ନୂଆ ବର୍ଷ ୨୦୨୫ କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଛି, ବର୍ଷର ଶେଷ ମାସ ଓ ଶେଷ ତାରିଖ ରେ ଆମେ ପାଦ ଥାପିଛୁ , ୨୦୨୪ ଅନେକ ଭଲ ଓ ଖରାପ ଅନୁଭୂତି ମଧ୍ୟ ଦେଇଛି, ସେହିଭଳି ୨୦୨୪ ରାଜନୀତି ବେଶ ଗରମ ଥିଲା ଭାରତ ସମେତ ସାରା ବିଶ୍ୱରେ , ଘଟି ଯାଇଥିଲା ଅନେକ ରାଜନୈତିକ  ଘଟଣା l

୧ – ୧୯ ଅପ୍ରେଲ ରୁ ଜୁନ ୧ ତାରିଖ ୨୦୨୪ ରେ ୭ଟି ଚରଣ ରେ ସାଧାରଣ ମତଦାନ ଅନୁଷ୍ଠିତ ହୋଇଥିଲା, ୨୦୨୪ ର ମତଦାନ ର ଫଳାଫଳ ଆଶ୍ଚର୍ଯ୍ୟ କଲାଭଳି ଥିଲା, ଗୋଟିଏ ପଟରେ NDA ‘ଅବ କୀ ବାର ୪୦୦ ପାର ‘ ର ନାରା ଦେଇ ମତଦାନ ମୈଦାନ କୁ ଓଲ୍ହାଇ ଥିବା ବେଳେ, NDA କୁ ହରାଇବା ପାଇଁ ବିପକ୍ଷ ଦଳ INDIA ଆଲାଏନ୍ସ ପ୍ରସ୍ତୁତ କଲା  ମୋଦୀ ସରକାର ଙ୍କୁ ହରାଇବା ପାଇଁ , NDA ୪୦୦ ରେ ପହଂଚି ପାରିଲା ନାହିଁ, କିନ୍ତୁ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ l

୨ – ଓଡିଶା ରାଜନୀତି ମଧ୍ୟ ଚଳିତ ଥର ବେଶ ଗରମ ଥିଲା, ଚଳିତ ଥର ଓଡ଼ିଶାରେ ବିଧାନସଭା ମତଦାନ ହୋଇଥିଲା, ଓଡିଶା ରାଜନୀତି ର ମହାନାୟକ କୁହାଯାଉଥିବା ନବୀନ ପଟନାୟକ ଙ୍କ ୨୪ ବର୍ଷ ଶାସନ ର ଅନ୍ତ ଘଟିଲା, ୨୦୨୪ ରେ ଭାରତୀୟ ଜନତା ପାର୍ଟି ବିପୁଳ ଭୋଟ ରେ ବିଜୟ ହାସଲ କରି , ରାଜ୍ୟରେ ନୂଆ ସରକାର ଭାବରେ ମୋହନ ଚରଣ ମାଝୀ ଙ୍କୁ ଗାଦି ରେ ବସାଇଥିଲା, ଓଡିଶା ବିଧାନସଭା ମତଦାନ ରେ ବିଜେଡି ୫୧ ଟି ସିଟ ରେ ସୀମିତ ରହିଗଲା, ଏବଂ ବିଜେପି ୭୮ ସିଟ ନିଜ ନାମରେ କରିଥିଲା, ଏହଦ୍ଵରା ବିଜେଡି ସରକାରର ୨୪ ବର୍ଷ ସରକାର ର ଅନ୍ତ ଘଟିଲା l

୩ – ମୋଦୀ ସରକାର ନିଜର ତୃତୀୟ ଇନିଂସ ଆରମ୍ଭ କରିବା ପୂର୍ବରୁ ଓଡ଼ିଶାର ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ର ପ୍ରତିଶୃତି ଦେଇଥିଲେ, ଯେଉଁ ଯୋଜନା ଦ୍ୱାରା ଗ୍ରାମ ଠାରୁ ନେଇ ସହରର ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିବେ, ସେହି ପ୍ରତିଶୃତି କୁ ରକ୍ଷାକରି ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଓଡିଶା ସରକାର ସୁଭଦ୍ରା ଯୋଜନାର ଆରମ୍ଭ କରିଥିଲେ l

୪ – ଆମେରିକାରେ ଜୋ ବାଇଡେନ ସରକାର କୁ ପଛରେ ପକାଇ ଡୋନାଲଡ ଟ୍ରମ୍ପ ଙ୍କୁ ଆମେରିକା ବାସୀ ନୂତନ ସରକାର ଭାବରେ ବାଛି ଛନ୍ତି l କମଳା ହାରିସ ଙ୍କ ଡେମୋକ୍ରାଟିକ ପାର୍ଟି କୁ ହରାଇ  ଡୋନାଲଡ ଟ୍ରମ୍ପ ଙ୍କ ରିପବ୍ଲିକାନ ଦଳ ଦ୍ଵିତୀୟ ଥର ସରକାର ଗଢ଼ିବ l

୫ – ବଙ୍ଗଳାଦେଶ ରେ ଶେଖ ହସିନା ସରକାର ର ପତନ ହୋଇଛି , ବିଦ୍ରୋହୀ ମାନେ ଦେଶରୁ ହସିନା ସରକାର ଙ୍କୁ ବିତାଡିତ କରିବା ପରେ ସେ ଭାରତରେ ଆଶ୍ରୟ ନେଇଛନ୍ତି, ଏବଂ ଏହାପରେ ମହମ୍ମଦ ୟୁସୁଫ ବଙ୍ଗଳାଦେଶ ର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି l

ଭାରତୀୟ  ସିନେ କଳାକାର ଙ୍କର ଦର୍ଶକ ଙ୍କ ହୃଦୟ ରେ ରାଜ

୬ – ବଲିଉଡ ରେ ୨୦୨୪ ରେ  ଗ୍ୟାଙ୍ଗ ଷ୍ଟାର ଲରେନ୍ସ ବିଷ୍ଣୋଇ ଖୁବ ଛାଇ ଯାଇଥିଲା, ୨୦୨୪ ଆରମ୍ଭ ରେ ସଲମାନ ଖାନ ଙ୍କୁ ଜୀବନ ରୁ ମାରି ଦେବାର ଧମକ ମିଳିଥିଲା, ଏହି ଧମକ ବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା, କିନ୍ତୁ ଏହାର ପ୍ରତିଶୋଧ ସ୍ୱରୂପ ବାବା ସିଦ୍ଦିକି ଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା କରିଥିଲା, ତଥାପି ଲରେନ୍ସ ଗ୍ୟାଙ୍ଗ ର ଧମକ ଥମି ନଥିଲା, ଲଗାତାର ଭାବରେ ଧମକ ମିଳି ଚାଲିଥିଲା l ବଲିଉଡ କିଙ୍ଗ ଖାନ ଶାହରୁଖ ଙ୍କ ପାଇଁ  ମଧ୍ୟ ବାନ୍ଦ୍ରା ପୋଲିସ ଷ୍ଟେସନ କୁ ଧମକ ପୁର୍ଣ କଲ ଆସିଥିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ l

୭ – ବକ୍ସ ଅଫିସ ରେ ସବୁଠୁ ଅଧିକ ଚର୍ଚା ସାଉଁଟି ଥିଲା ଚଳଚିତ୍ର ପୁଷ୍ପା -2 , ଯେଉଁଥିରେ ଦମଦାର ଅଭିନୟ କରିଥିଲେ ଆଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନା , ପୁଷ୍ପା -2 ଯେଉଁଦିନ ରିଲିଜ ହୋଇଥିଲା ୨୮୨.୯୧କୋଟି ଟଙ୍କା ବ୍ୟବସାୟ କରିଥିଲା, ଏବଂ ୧୫ ଦିନ ମଧ୍ୟରେ ୯୯୦ .୭ କୋଟି ଟଙ୍କାର ବ୍ୟବସାୟ କରିଥିଲା, ଏହାଛଡା ପୁଷ୍ପା -2 ଚଳଚିତ୍ର ନାୟକ ଆଲୁ ଅର୍ଜୁନ ମଧ୍ୟ ଜେଲ ଦଣ୍ଡ ପାଇଥିବା ଘଟଣା ପ୍ରଶଂସକ ଙ୍କ ମନରେ କଷ୍ଟ ଦେଇଥିଲା l

୮ – ଓଲିଉଡ଼ ଚଳଚିତ୍ର ଜଗତ ରେ ୨୦୨୪ ବେଶ ଖୋରାକ ଦେଇଥିଲା ଦର୍ଶକ ଙ୍କୁ, ବସ , ଡାଲଚିନି, ଆଇ ଲଭ ୟୁ 2 ଭଳି ଚଳଚିତ୍ର ୨୦୨୪ ରେ ରିଲିଜ ହୋଇଥିଲା ଏବଂ ସିନେମା ହଲ ଗୁଡିକରେ ବେଶ ବ୍ୟବସାୟ କରିଥିଲା, ଏଥି ସହିତ ୨୦୨୪ ରେ ନିର୍ଦେଶକ ତଥା କଳାକାର ମନୋଜ ମିଶ୍ର ଙ୍କ ବିବାହ ବେଶ କଣ୍ଟ୍ରୋଭର୍ତ୍ସି ରେ ରହିଥିଲା ଓଲିଉଡ଼ ଜଗତରେ l

ଖେଳ ଦୁନିଆକୁ ନେଇ ଖୁବ ରୋଚକ ଥିଲା ୨୦୨୪

୯ – ୨୦୨୪ ରେ ଭାରତ ଟି -20 ବିଶ୍ୱକପ କ୍ରିକେଟ ନିଜ ନାମରେ କରିନେଇ ଥିଲା, ଭାରତୀୟ ଦଳ ଜୁନ ୩୦ ,୨୦୨୪ ରେ ରୋହିତ ଶର୍ମା ଙ୍କ ଅଧିନାୟକତ୍ବ ରେ ବାରବାଡୋସ ରେ ଦକ୍ଷିଣ ଆଫ୍ରିକା କୁ ହରାଇ ଟି-20 ବିଶ୍ୱକପ ନିଜ ନାମରେ କରିଥିଲା ଭାରତ l

୧୦ – ୨୦୨୪ IPL ରହିଥିଲା ଖୁବ ଚିତାକର୍ଷକ , ଯାହାକି ପ୍ରଶଂସକ ମଧ୍ୟରେ ଭରିଥିଲା ଖୁସିର ମାହୋଲ, ୨୦୨୪ IPL ଫାଇନାଲ ରେ ଶ୍ରେୟସ ଆୟାର ଙ୍କ ଅଧିନାକତ୍ୱ ରେ କୋଲକାତା ନାଇଟ ରାଇଡର ବିଜୟ ହାସଲ କରିଥିଲା, କୋଲକାତା ନାଇଟ ରାଇଡର ର ଏହି ବିଜୟ ରେ କୋଚ ଗୌତମ ଗମ୍ଭୀର ଙ୍କ ବଡ଼ ଯୋଗଦାନ ମଧ୍ୟ ରହିଥିଲା l

୧୧ –  କ୍ରିକେଟ ପ୍ରଶଂସକ ଙ୍କ ପାଇଁ ୨୦୨୪ କିଛିଟା ମାତ୍ରାରେ ଦୁଃଖଦାୟକ ମଧ୍ୟ ଥିଲା,  ୨୦୨୪ ଶେଷ ଆଡକୁ ଡିସେମ୍ବର ୧୮ ରେ  ସ୍ପିନ କିଙ୍ଗ କୁହାଯାଉଥିବା ଭାରତୀୟ କ୍ରିକେଟ ତାରକା ଆର. ଅଶ୍ୱିନ କ୍ରିକେଟ ରୁ ବିଦାୟ ନେବା ପାଇଁ ନିଜର ଅବସର ଘୋଷଣା କରିଥିଲେ l

୧୨ – ଏସିଆନ ଚମ୍ପିଆନ୍ସ ଟ୍ରଫି ୨୦୨୪ ରେ ଭାରତୀୟ ହକି ଟିମ୍ ଚୀନ କୁ ୧ -୦ ରେ ହରାଇଥିଲା l ଏହା ପଞ୍ଚମ ଥର ଘଟିଥିଲା ଯେତେବେଳେ ଭାରତୀୟ ହକି ଦଳ ଏସିଆନ ଚମ୍ପିଆନ୍ସ ଟ୍ରଫି ନିଜ ନାମରେ କରିଥିଲା l ଭାରତ ପକ୍ଷରୁ ଯୁଗରଜ ସିଂହ ଗୋଲ କରି ଭାରତ କୁ ବିଜ୍ଞ ତିଳକ ପିନ୍ଧାଇ ଥିଲେ l

୧୩ – ପ୍ୟାରିସ ଅଲମ୍ପିକ ରେ ୨୦୨୪ ରେ ଭାରତ ସମୁଦାୟ ୬ଟି ମେଡାଲ ଜିତି ଥିଲା, ଯେଉଁଥିରେ ଗୋଟିଏ ସିଲଭର ଓ ୫ ବ୍ରୋଞ୍ଜ ମେଡାଲ ଜିତିଥିଲl l ପ୍ରଥମ ପଦକ ଭାରତ କୁ ପଦକ ଦେଇଥିଲେ ସୁଟର ମନୁ ଭାସ୍କର , ଏବଂ ଏହି ପଦକ ବ୍ରୋଞ୍ଜ ର ଥିଲା l

କ୍ରାଇମ ଜଗତ ଦେହ ଥରାଇ ଦେଇଥିଲା –

୧୪ – ୨୦୨୪ ରେ ଭାରତର ଅପରାଧ ଜଗତ ବେଶ ସକ୍ରିୟ ରହିଥିଲା, କୋଲକାତା ର ଆର. ଜୀ . କର ହସ୍ପିଟାଲ ରେ ଅଗଷ୍ଟ ୯ ତାରିଖ ର ବିଳମ୍ବିତ ରାତ୍ରୀ ରେ ଇଣ୍ଟନସିପ କରୁଥିବା ୩୧ ବର୍ଷୀୟା ଡାକ୍ତରାଣୀ ମଉମିତା ଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଘଟଣା ସାରା ଭାରତକୁ ଦୋହଲାଇ ଦେଇଥିଲା, ସିସିଟିଭି ଫୁଟେଜ ଆଧାରରେ ଏହି ଘଟଣାରେ ସଞ୍ଜୟ ରାଏ କୁ ଗିରଫ କରାଯାଇଥିଲା, ଏବଂ ଏଥିପାଇଁ ଆର. ଜି. କର ମେଡିକାଲ କଲେଜ ର ପ୍ରିନ୍ସିପାଲ ମଧ୍ୟ ଦାୟୀ ବୋଲି ଦର୍ଶା ଯାଇ ଚାକିରୀ ରୁ ବରଖାସ୍ତ କରାଯାଇ ଥିଲା l ଏହି ହତ୍ୟାର ପୋଷ୍ଟମର୍ଟମ ରିପୋର୍ଟ ରୁ ଏହା ଗୋଟିଏ ସାମୁହିକ ବଳାତ୍କାର ବୋଲି ଦର୍ଶାଯାଇ ଥିଲା l

୧୫ – AI ଇଂଜିନିୟର ଅତୁଲ ସୁଭାଷ ଙ୍କ ଆତ୍ମହତ୍ୟା ଘଟଣା ଯେତିକି ଆଶ୍ଚର୍ଯ୍ୟକର ଥିଲା, ସେତିକି ଦୁଃଖ ଦାୟକ ମଧ୍ୟ ଥିଲା, ସାରା ଭାରତରେ ଗୋଟିଏ ଚର୍ଚା ହୋଇଥିଲା ଯେ ସତରେ କଣ ନାରୀ ମାନେ ମଧ୍ୟ ଏଭଳି ନିର୍ଯ୍ୟାତନା ପୁରୁଷ କୁ ଦେଇପାରନ୍ତି, ଅତୁଲ ଙ୍କର ଭିଡିଓ ରେ ମୁଖ୍ୟ ଆରୋପି ଭାବରେ ପତ୍ନୀ ନିକିତା, ତାଙ୍କୁ ଶାଶୁ , ଶଳା, ଦାଦା ଶ୍ୱଶୁର ଙ୍କୁ ଦାୟୀ କରିଥିଲେ, ଯେଉଁମାନେ କି ମିଥ୍ୟl କେଶ ରେ ଫସାଇ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ l ଅତୁଲ ଗୋଟିଏ ଏକ ଘଣ୍ଟାର ଭିଡିଓ ପ୍ରସ୍ତୁତ କରିବା ସହିତ ୨୪ ପୃଷ୍ଠା ର ଗୋଟିଏ ଚିଠି ମଧ୍ୟ ଲେଖିଥିଲେ, ଯାହା କି ସମସ୍ତ ଭାରତୀୟ ଙ୍କ ହୃଦୟ କୁ ଦୋହଲାଇ ଦେଇଥିଲା,  ଯେଉଁଥିରେ ୨୦୧୯ ରେ ନିକିତା ଙ୍କୁ ବିବାହ କରି ସାରିବା ର ପ୍ରତ୍ୟେକ ଘଟଣା ବିଷୟ ରେ ଉଲ୍ଲେଖ କରିଥିଲେ l ନିଜ ୪ବର୍ଷ ର ଶିଶୁ ପୁତ୍ର ପାଇଁ ଗୋଟିଏ ଚିଠି ସହିତ ଗୋଟିଏ ଉପହାର ମଧ୍ୟ ଛାଡି ଯାଇଛନ୍ତି ଅତୁଲ , ଯେବେ ତାଙ୍କ ପୁଅ କୁ ୧୮ ବର୍ଷ ହେବ ସେବେ ସେ ଏହି ଉପହାର ଖୋଲିବ l

ଦୁନିଆରେ ନୂଆ ଭାଇରସ ର ଆଗମନ –
୧୬ – କରୋନା ମହାମାରୀ ର ଭୟ ମନରୁ ନଲିଭୁଣୁ ଦୁନିଆର ମାନବଜାତି ଉପରେ ଅଭିୟାନ ଫ୍ଲୁ ଭଳି ଗମ୍ଭୀର ଭାଇରସ ର ପ୍ରଭାବ ଦେଖିବାକୁ ମିଳିଥିଲା, କିନ୍ତୁ ବର୍ତମାନ ଗୋଟିଏ ଅଦ୍ଭୁତ ଭାଇରସ ମାନବ ଜାତି ଉପରେ ଆତଙ୍କ ସୃଷ୍ଟି କରିଛି , ଏହି ଭାଇରସ ପ୍ରକୋପ ରୁ ଶରୀରରେ ଏଭଳି କମ୍ପନ ସୃଷ୍ଟି ହୋଇଥାଏ ଯେପରିକି ପୀଡିତ ବ୍ୟକ୍ତି ନୃତ୍ୟ କରିବା ଭଳି ଲାଗିଥାଏ, ଏହାର ପ୍ରଭାବ କୁ ଦେଖି ଏହାର ନାମ  ଡିଙ୍ଗା ଡିଙ୍ଗା ଭାଇରସ ଦିଆଯାଇଛି , ୟୁଗାଣ୍ଡା ରେ ଡିଙ୍ଗା ଡିଙ୍ଗା ଭାଇରସ ତାଣ୍ଡବ ରଚିଛି, ଏହି ଭାଇରସ ଦ୍ୱାରା ବିଶେଷ ଭାବରେ ମହିଳା ଓ ଝିଅମାନେ ପ୍ରଭାବିତ ହେଉଛନ୍ତି, ମିଳିଥିବା ସୂଚନା ଅନୁସାରେ ବର୍ତମାନ ସୁଧା ୩୦୦ ଲୋକ ପ୍ରଭାବିତ ହୋଇଛନ୍ତି l

Leave A Reply