Odisha news

ସେଲିଂରୁ ୩ ମେଡାଲ

0

ଜାକା ର୍ା: ଇଣ୍ଡୋନେସିଆ ଏସିଆଡର ତ୍ରୟୋଦଶ ଦିନ ସେଲିଂ କ୍ରୀଡାରୁ ଭାରତକୁ ୩ଟି ପଦକ ସଫଳତା ମିଳିଛି । ୪୯ ଏଫଏକ୍ସ ମହିଳା ସେଲିଂରେ ଭାରତର ବର୍ଷା ଗୌତମ ଏବଂ ଶ୍ୱେତା ସିର୍ଭେଗାର ରୌପ୍ୟ ପଦକ ହାସଲ କରିଥିବା ବେଳେ ଓପନ୍ ଲାସର ୪.୭ରେ ହର୍ସିତା ତୋମାର ବ୍ରୋଞ୍ଜ ପଦକ ଜିତିଛନ୍ତି ।
ବରୁଣ ଠାକୁର ଅଶୋକ ଓ ଚିନ୍ନାପ୍ପା ଗଣପତୀ କେଲାପଣ୍ଡ ପୁରୁଷ ୪୯ ବର୍ଗରେ ୫୩ ପଏ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୨୦ ବର୍ଷିୟା ବର୍ଷା ଏବଂ ୨୭ ବର୍ଷିୟା ଶ୍ୱେତାଙ୍କ ଯୋଡି ଇଣ୍ଡୋନେସିଆ ନ୍ୟାସନାଲ ସେଲିଂ ସେ ର ଠାରେ ଅନୁଷ୍ଠିତ ପ୍ରତିଯୋଗିତାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୧୬ ବର୍ଷିୟ ହର୍ଷିତ୍ ୧୨ଟି ରେସ ପରେ ୬୨ ପଏ ସହ ତୃତୀୟ ସ୍ଥାନରେ ରହିଛନ୍ତି । ‘ଦେଶ ପାଇଁ ପଦକ ଜିତିବାର ଖୁସିଠାରୁ ମୋ ଲାଗି ଆଉ କଣ ବଡ ସଫଳତା ହୋଇପାରେ ବୋଲି ହର୍ଷିତ କହିଛନ୍ତି । ଅନ୍ୟତମ ଭାରତୀୟ ପ୍ରତିଯୋଗୀ ଗୋବିନ୍ଦ ବୈରାଗୀ ଓପନ୍ ଲାସର ୪.୭ରେ ଚତୁର୍ଥ ସ୍ଥାନ ସହ ଏସିଆଡ ଅଭିଯାନ ଶେଷ କରିଛନ୍ତି । ସେହିଭଳି ନିଥାର କୁମନନ ଲାସର ରାଡିଏଲ ସେଲିଂରେ ୫ମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି ।

Leave A Reply