ନୂଆପଡ଼ା ୨୩/୩(ସୁରେନ୍ଦ୍ର ତିୱାରୀ) ପ୍ରାଥମିକ ବିଦ୍ୟାଳୟ ଷ୍ଟେସନପଡ଼ା-ଲଖନା ଠାରେ ପ୍ରଧାନ ଶିକ୍ଷକ ରାଜିନ ହାତୀ ଙ୍କ ସଭାପତିତ୍ୱ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶେଖ୍ ମନୱର ହୁସେନ,ୱାର୍ଡ ମେମ୍ବର ସବୀର ହୁସେନ, ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ଠାକୁରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବୀ ଦାସ, କୁକୁରୀମୁଣ୍ଡି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଘାସିରାମ ଶବର, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ମହାଦେବ ବରିହା ଯୋଗ ଦେଇଥିଲେ। ଏବଂ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ ତଥା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଶୈକ୍ଷିକ ମାର୍ଗଦର୍ଶନ ଦେଇଥିଲେ।
ସରକାରୀ ପ୍ରାଥମିକ ବିଦ୍ୟାଳୟ ଷ୍ଟେସନ ପଡ଼ା ର ପ୍ରଧାନ ଶିକ୍ଷକ ରାଜିନ ହାତୀ, ଶିକ୍ଷୟିତ୍ରୀ ଶ୍ରୀମତି ମେମ ଦାସ ଉପସ୍ଥିତ ରହି ବର୍ଷସାରା ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ତଥା କ୍ରୀଡା ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ଉପରୋକ୍ତ କାର୍ଯ୍ୟକ୍ରମ ରେ
ଶିକ୍ଷକ ଘାସି ରାମ ଶବର ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ହାତୀ ଧନ୍ୟବାଦ ଅର୍ପଣ କରିଥିଲେ l