ମୁମ୍ବାଇ: ରିଲାଏନ୍ସ ପକ୍ଷରୁ ଗାୟତ୍ରୀ ବାସୁଦେବ ଯାଦବଙ୍କୁ ନୂତନ ଗ୍ରୁପ୍ ମୁଖ୍ୟ ମାର୍କେଟିଂ ଅଫିସର (ସିଏମଓ) ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଷ୍ଟ୍ରାଟେଜିକ୍ ଇନିସିଏଟିଭ୍ କାର୍ଯ୍ୟନିର୍ବାହୀ ଉପସଭାପତି (ଇଭିପି, ଷ୍ଟ୍ରାଟେଜିକ୍ ଇନିସିଏଟିଭ୍) ଭାବରେ ନିଯୁକ୍ତ କରାଯାଇଛି ଏହା ଘୋଷଣା କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବୋର୍ଡର ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି “ତାଙ୍କ ନୂତନ ଭୂମିକାରେ ଗାୟତ୍ରୀ ରିଲାଏନ୍ସର ଅଧ୍ୟକ୍ଷ, ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ, ଆକାଶ, ଅନନ୍ତ ତଥା ସମଗ୍ର କାର୍ଯ୍ୟନିର୍ବାହୀ କମିଟି ଏବଂ ମୋ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ। ସେ ନବଉନ୍ମେଷକୁ ଆଗକୁ ବଢାଇବା, ବ୍ରାଣ୍ଡର ପ୍ରଭାବଶୀଳତା ଏବଂ ଗ୍ରାହକ-କୈନ୍ଦ୍ରିକ ସଂସ୍କୃତିକୁ ସୁଦୃଢ କରିବାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।”
ଇଶା ଆହୁରି ମଧ୍ୟ କହିଛନ୍ତି, “ମୁଁ ନିଶ୍ଚିତ ଯେ ଗାୟତ୍ରୀ ଯାଦବ ନୂତନ ଚିନ୍ତାଧାରା ଏବଂ ଗତିଶୀଳ ନେତୃତ୍ୱ ଆଣିବେ ଯାହା ଆମ ଦଳକୁ ପ୍ରେରଣା ଯୋଗାଇବ ଏବଂ ରିଲାଏନ୍ସକୁ ଆଗକୁ ନେବାରେ ସାହାଯ୍ୟ କରିବ।”