ଓଜନ ହ୍ରାସ ଓ ମଧୁମେହ କଣ୍ଟ୍ରୋଲ ପାଇଁ କେଟୋ ଡାଏଟ ଖୁବ ପ୍ରସିଦ୍ଧ ଅଟେ, ଏହି ଡାଏଟ ରେ ହାଇ ଫ୍ୟାଟ ଓ ଲୋ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ସେବନ କରାଯାଇ ଥାଏ l ନିକଟରେ ପ୍ରକାଶିତ ଗୋଟିଏ ଅଧୟନ ଅନୁସାରେ ଏହା କୁହାଯାଇଛି ଯେ କେଟୋ ଡାଏଟ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ କମ ସୁଗାର ଯୁକ୍ତ ଡାଏଟ ଠାରୁ ଅଧିକ ଲାଭ ଦାୟକ l ଗବେଷକ ଙ୍କ ମତରେ କେଟୋ ଡାଏଟ ର ପ୍ରଭାବ ହାର୍ଟ ଓ ଅନ୍ତ ର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ l ଯେବେକି କମ ସୁଗାର ଯୁକ୍ତ ଭୋଜନ ସେବନ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭକାରୀ l କେଟୋ ଡାଏଟ ଦ୍ୱାରା କଣ କଣ କ୍ଷତି ହୋଇଥାଏ ତାହା ଆମେ ଜାଣିବା ଜରୁରୀ l
* କେଟୋ ଡାଏଟ ର ସାଇଡ ଇଫେକ୍ଟସ –
– ନିକଟରେ ହୋଇଥିବା ଗୋଟିଏ ଅଧୟନ ଆଧାରରେ କୁହାଯାଇଛି ଯେ କେଟୋ ଡାଏଟ ଦ୍ୱାରା କୋଲେଷ୍ଟ୍ରଲ ସ୍ତର ମଧ୍ୟ ବଢିପାରେ l ଏବଂ ଏହା ଶରୀରରେ ଆପୋଲିପୋପ୍ରୋଟିନ ର ସ୍ତର ବୃଦ୍ଧି କରିଥାଏ l ଏହାଛଡା କେଟୋ ଡାଏଟ ଦବତା ଅନ୍ତ ସୁସ୍ଥ ରହିଥାଏ l ଯାହାକି ହାର୍ଟ ଡିଜିଜ ର କାରଣ ହୋଇଥାଏ, ଏହାଛଡା କେଟୋ ଡାଏଟ ଅନ୍ତ ମଧ୍ୟରେ ଥିବା ଭଲ ବ୍ୟାକ୍ଟେରିଆ କୁ ନଷ୍ଟ କରିଥାଏ, ଯାହାକି ଅନ୍ତର ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ l
– କେଟୋ ଡାଏଟ ରେ ଫାଇବର ର ମାତ୍ରା ଅଧିକ ରହିଥାଏ l ଯାହାକି ଅନ୍ତ ର ସ୍ୱାସ୍ଥ୍ୟ ଓ LDL କୋଲେଷ୍ଟ୍ରଲ ସ୍ତର କୁ କମ କରିବାରେ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥାଏ l ଫାଇବର କମି ଦ୍ୱାରା ଅନ୍ତ ର ଗତିବିଧି ପ୍ରଭାବିତ ହୋଇଥାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହା ସ୍ୱାସ୍ଥ୍ୟ ସମସ୍ୟାକୁ ପ୍ରଭାବିତ କରିଥାଏ l
– କେଟୋ ଡାଏଟ ସେମାନଙ୍କ ପାଇଁ ସୁରକ୍ଷିତ ନୁହେଁ ଯେଉଁ ମାନଙ୍କର ଲିଭର, କିଡ୍ନୀ, ଗଲ ବ୍ଲାଡର କିମ୍ବା ଥାଇରଏଡ ସମସ୍ୟା ରହିଥାଏ l ଯେହେତୁ ଏହା ଗୋଟିଏ ହାଇ ଫ୍ୟାଟ ଯୁକ୍ତ ଖାଦ୍ୟ ତେଣୁ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ର କାରଣ ହୋଇଥାଏ l
=କଣ କହୁଛି ଗବେଷଣା –
* ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଦୀର୍ଗ ସମୟ ପର୍ଯ୍ୟନ୍ତ କେଟୋ ଡାଏଟ ଗ୍ରହଣ କରୁଥିବା ବ୍ୟକ୍ତି ମାନେ ହାର୍ଟ ରୋଗରେ ପୀଡିତ ହୋଇ ପାରନ୍ତି l ଏବଂ ଏମାନଙ୍କ ଅନ୍ତ ମଧ୍ୟ ପ୍ରଭାବିତ ହୋଇପାରେ l ଏପରି ସ୍ଥିତି ରେ କମ ସୁଗାର ଯୁକ୍ତ ଭୋଜନ, ବିଭିନ୍ନ ଫଳମୂଳ ଓ ପନିପରିବା , ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ ଯାହାକି ପ୍ରୋଟିନ ରେ ଭରପୁର ହୋଇଥାଏ l ଏବଂ ଯାହାକି ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ସେଭଳି ଖାଦ୍ୟ ସେବନ କରିବା ଜରୁରୀ l ଏହି ଖାଦ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବା ସହିତ ଏବଂ ହାର୍ଟ ଓ ଅନ୍ତ କୁ ମଧ୍ୟ ସୁରକ୍ଷିତ ରଖିଥାଏ l