Odisha news

ଆୟୁର୍ବେଦ ଅନୁସାରେ ଗଣ୍ଠି ଯନ୍ତ୍ରଣା ପାଇଁ ଅରଖ ପତ୍ର ଓ ସୋରିଷ ତେଲ ବରଦାନ ସଦୃଶ, ଏହିଭଳି କରନ୍ତୁ ବ୍ୟବହାର

0

ଶୀତଋତୁ ଆସିବା ମାତ୍ରକେ ଲୋକଙ୍କର ଆଣ୍ଠୁଗଣ୍ଠି ଯନ୍ତ୍ରଣା ବିଶେଷ ଭାବରେ ଅତ୍ୟଧିକ ମାତ୍ରାରେ ବଢ଼ିଯାଇ ଥାଏ l ବିଶେଷ ଭାବରେ ଏହି ସମସ୍ୟା ବୟସ୍କ ଓ ରିଯୁମାଟିଯିମ ରୋଗୀଙ୍କ ନିକଟରେ ଦେଖିବାକୁ ମିଳିଥାଏ l ଶୀତଋତୁ ରେ ଥଣ୍ଡା ପ୍ରକୋପ ରୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ହାଡ଼ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖାଯାଇ ଥାଏ l ଗଣ୍ଠିର ଚତୁର୍ପାର୍ଶ୍ୱରେ ଥିବା ଟିସୁ ଥଣ୍ଡା ପ୍ରଭାବରୁ ଫୁଲିଯାଇ ଥାଏ, ଯାହାକି ଯନ୍ତ୍ରଣା ରେ ପୀଡିତ କରିଥାଏ l ଆୟୁର୍ବେଦ ର ଚିକିତ୍ସା ଅନୁସାରେ ଅରଖ ତେଲ ଏହି ଗଣ୍ଥିଯନ୍ତ୍ରଣା ପାଇଁ ଖୁବ ପ୍ରଭାବଶାଳୀ

ଆସନ୍ତୁ ଜାଣିବା ଅରଖ ତେଲ ର ଔଷଧୀୟ ଗୁଣ –
ଅରଖ ତେଲ ଗୋଟିଏ ପ୍ରାକୃତିକ ଯନ୍ତ୍ରଣା ନିବାରକ l କିଛି ଲୋକ ଏହାକୁ ଗୋଟିଏ ବିଷାକ୍ତ ଗଛ ବୋଲି କହି ଥାଆନ୍ତି l କିନ୍ତୁ ଅରଖ ଗଛରେ ଏଭଳି ଗୁଣ ରହିଛି ଯାହାକି ପ୍ରାକୃତିକ ଭାବରେ ବିଭିନ୍ନ ରୋଗ ଠାରୁ ଦୁରେଇ ରଖିଥାଏ l ଯେପରିକି ମୁଣ୍ଡ ବିନ୍ଧା, ଜ୍ୱର, ଗଳାରେ ଯନ୍ତ୍ରଣା ଏଭଳି ସାମାନ୍ୟ ରୋଗ ପାଇଁ ମଧ୍ୟ ଅରଖ କୁ ବ୍ୟବହାର କରାଯାଇଥାଏ l ଏହାର ତେଲରେ ଏଭଳି ଅନେକ ଗୁଣ ରହିଛି ଯାହାକି ଶରୀର ଯନ୍ତ୍ରଣା ଓ ଫୁଲା କୁ କମାଇବାରେ ସାହାଯ୍ୟ କରିଥାଏ l

ଅରଖ ପତ୍ରର ବ୍ୟବହାର –
ଶୀତଋତୁ ରେ ଜଏଣ୍ଟ ପେନ ହେଉଛି ଗୋଟିଏ ସାଧାରଣ ସମସ୍ୟା l ତେଣୁ ଏପରି ସ୍ଥିତିରେ ଅରଖ ପତ୍ରର ତେଲ ଖୁବ ପ୍ରଭାବଶାଳୀ l ଏହା ଯନ୍ତ୍ରଣା କୁ ଉପଶମ କରିବା ସହିତ ଗଣ୍ଠି ଫୁଲା ଦୂର କରିଥାଏ l ଯେଉଁ ସ୍ଥାନ ଆପଣଙ୍କର ଯନ୍ତ୍ରଣା ହେଉଛି ସେଠାରେ ସୋରିଷ ତେଲ ଲଗାଇ କିଛି ସମୟ ଛାଡି ଦିଅନ୍ତୁ l ଏହାପରେ ଅରଖ ପତ୍ରକୁ ନିଆଁ ରେ ସେକି ଉକ୍ତ ସ୍ଥାନରେ ଲଗାନ୍ତୁ l ଏହାପରେ ଗୋଟିଏ କପଡା ବାନ୍ଧି ଦିଅନ୍ତୁ l ଯନ୍ତ୍ରଣା କମିଯିବ l

– ଯଦି ଥଣ୍ଡା ଜ୍ବରରେ ପ୍ରଭାବିତ ହୋଇ ବିଭିନ୍ନ ଯନ୍ତ୍ରଣା ପାଉଛନ୍ତି ତେବେ ଅରଖ ପତ୍ରରେ ସୋରିଷ ତେଲ ଲଗାଇ ତାକୁ ଗରମ କରନ୍ତୁ l ଏହାପରେ ଉକ୍ତ ପତ୍ର କୁ ଛାତିରେ ଲଗାଇବା ଦ୍ୱାରା କଫ ସମସ୍ୟାରୁ ଆରାମ ମିଳିଥାଏ l ଏହାଦ୍ୱାରା କଫ କମିଯିବ ଓ କାଶ ସମସ୍ୟା ରୁ ଆରାମ ମିଳିବ l

– ଶୀତଋତୁ ରେ ଆମେ ବିଶେଷ ଭାବରେ ଗୋଇଠି ଦରଜ ସମସ୍ୟା ଅଧିକାଂଶ ଲୋକଙ୍କର ଦେଖା ଯାଇଥାଏ , ଏପରିସ୍ଥିତି ରେ ଅରଖ ପତ୍ର ରେ ତେଲ ଲଗାଇ ତାହାକୁ ଗରମ କରି ଗୋଇଠି ରେ ନିୟମିତ ରାତିରେ ଲଗାନ୍ତୁ l ଏହାଦ୍ୱାରା ଯନ୍ତ୍ରଣା ରୁ ଆରାମ ମିଳିବ l

Leave A Reply