Odisha news

ଆହତ ବିକାଶ ବ୍ରୋଞ୍ଜରେ ସନ୍ତୁଷ୍ଟ

0

ଜାକା ର୍ା,୩୧ା୮: ଭାରତୀୟ ବକ୍ସର ବିକାଶ କ୍ରିଷ୍ଣା ପୁରୁଷ ୭୫ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ବାମ ଆଖିରେ ଆଘାତ କାରଣରୁ ତାଙ୍କୁ ମେଡିକାଲ ଭାବେ ଅନଫିଟ ଘୋଷଣା କରାଯାଇଥିଲା । ଫଳରେ ସେ ସେମିଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ବ ିତ ହୋଇଥିଲେ । ତେଣୁ ତାଙ୍କ ପ୍ରତିପକ୍ଷ କାଜାଖସ୍ତାନର ଅମନକୁଲ ଅବିଖାନ୍ଙ୍କୁ ବିଜୟୀ ଘୋଷଣା କରାଯିବା ସହ ଫାଇନାଲ ଖେଳିବା ନିମନ୍ତେ ସୁଯୋଗ ମିଳିଛି ।
୨୬ ବର୍ଷିୟ ବିକାଶ ଏସିଆଡରେ କ୍ରମାଗତ ଭାବେ ୩ଟି ପଦକ ହାସଲ କରିଛନ୍ତି । ସେ ଭାରତର ପ୍ରଥମ ବକ୍ସର ଭାବେ ଏହି ସଫଳତା ପାଇଛନ୍ତି । ୨୦୧୦ ଗୁଆଝୌର ୬୦ କିଲୋଗ୍ରାମ ବର୍ଗରେ ବିକାଶ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପୁନଶ୍ଚ ସେ ୨୦୧୪ ଇେ ନ ମିଡିଲ ୱେଟ୍ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପ୍ରି-କ୍ୱାର୍ଟର ଫାଇନାଲ ବାଉଟରେ ହାରିୟାଣା ବକ୍ସର ବିକାଶ ଚୀନର ତୌହିଟା ଏରବିଏକ୍ ତାଙ୍ଗଲାଥିହାନଙ୍କୁ ପରାଜିତ କରିଥିଲେ । କିନ୍ତୁ ଚୀନ୍ ବକ୍ସର ଶକ୍ତ ମୁଥାରେ ବିକାଶଙ୍କ ବାମ ଆଖିପତା ଫାଟି ଯାଇଥିଲା । ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡାରେ ବିକାଶ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

Leave A Reply